Friday, October 2, 2020
Home General Election 2019 ଝରିଗାଁ ବିଜେପି ବିଜୟ ସଂକଳ୍ପ ସଭାରେ ଧର୍ମେନ୍ଦ୍ର ପ୍ରଧାନ

ଝରିଗାଁ ବିଜେପି ବିଜୟ ସଂକଳ୍ପ ସଭାରେ ଧର୍ମେନ୍ଦ୍ର ପ୍ରଧାନ

ଝରାଗାଁ(ତ୍ରିନାଥ ଧାରୁଆ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ମିନୀଷ୍ଟାଡିଅମ ଠାରେ ଆଜି ବଜେପିର ବିଜୟସଂକଳ୍ପ ସଭା ଅନୁଷ୍ଟିତ ହୋଇଯାଇଛି ।

ଏହି ସଭାରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ହେଲିକ୍ୟାପ୍ଟର ଯୋଗେ ଆସି ସଭାରେ ଯୋଗ ଦେବା ସହ ନିର୍ବାଚନ ପ୍ରଚାର କରିଥିଲେ । ଏହି ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟ କଂଗ୍ରେସ ଓ ବିଜେଡ଼ି ଦଳ ଉପରେ ବର୍ଷିଥିଲେ । ମନ୍ତ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଏକ ଅପାରଗତ ସରକାର ବୋଲି କହିବା ସହ ଝରିଗାଁ ନିର୍ବାଚନ ମଣ୍ଡଳୀ ବିକାଶ ହୋଇ ପାରିନାହିଁ କି ପିଇବା ପାଇଁ ବିଶୁଦ୍ଧ ପାଣି ମିଳିପାରି ନାହିଁ ବୋଲି କହିଛନ୍ତି । ଝରିଗାଁ ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ରମେଶ ମାଝୀ ବିଧାୟକ ହୋଇ ମନ୍ତ୍ରୀ ହୋଇଥିଲେ ମଧ୍ୟ ଝରିଗାଁ ନିର୍ବାଚନ ମଣ୍ଡଳୀରେ ଆଶାନୁରୂପ ବିକାଶ ହୋଇ ପାରିନାହିଁ କି କୌଣସି ପ୍ରକାର ବିକାଶ କଂଗ୍ରେସର ପ୍ରଦୀପମାଝୀ ଓ ବିଜେଡ଼ି ପ୍ରାଥୀ ରମେଶ ମାଝୀଙ୍କ ଦ୍ଵାରା ସମ୍ଭବ ନୁହେଁ ବୋଲି କହିଛନ୍ତି ।

ସେଇ ପରି ପରିବାର ବାଦକୁ ନେଇ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କାରିଥିଲେ ଯେଉଁ ନେତା ଦିନେ ପରିବାର ବାଦକୁ ବିରୋଧ କରୁଥିଲେ ସେଇ ନେତା କିପରି ନବରଙ୍ଗପୁର ସାଂସଦ ପ୍ରାର୍ଥୀ ଭାବରେ ରମେଶ ମାଝୀ ଓ ଝରିଗାଁ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଭାବରେ ପ୍ରକାଶ ମାଝୀକୁ ଦୁଇ ଭାଇଙ୍କୁ ଦଳିୟ ଟିକେଟ ଦେଲେ ବୋଲି ପ୍ରଶ୍ନ କରିଛନ୍ତି । ତେଵେ ଏହି ସଂକଳ୍ପ ସଭାରେ ୪୦ରୁ ଉର୍ଦ୍ଧ୍ବ ଅନ୍ୟ ଦଳ କର୍ମୀ ବଜେପିରେ ଯୋଗ ଦେଇଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଟିକଟକରୁ ସମଲିଙ୍ଗୀ ସମ୍ପର୍କ, ନାବାଳିକାକୁ ଅପହରଣ କରି ପଶ୍ଚିମବଙ୍ଗ ଯୁବତୀ ଗିରଫ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି (୦୧/୧୦): ସମଲିଙ୍ଗୀ ସମ୍ପର୍କକକୁ ନେଇ ପଶ୍ଚିମ ବଙ୍ଗର ଜଣେ ଯୁବତୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ଗିରଫ ହୋଇଥିବା ଘଟଣା...

ସ୍ବର୍ଗତଃ ରାଧେଶ୍ୟାମ ପୁରୋହିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସାଂସଦ ସୁରେଶ ପୁଝାରୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୦୧/୧୦):ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ପିତା ତଥା ପାଇକମାଲର ବହୁ ପ୍ରତିଷ୍ଠିତ ପୁରୋହିତ...

ବରଗଡ଼ ସାଂସଦଙ୍କ ପଦ୍ମପୁର ଗ୍ରସ୍ତ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୦୧/୧୦): ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଆଜି ପଦ୍ମପୁର ଗ୍ରସ୍ତ ଅବସରରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କରୋନା ମୁକାବିଲା ସଂକ୍ରାନ୍ତୟ...

ପାରମ୍ପରିକ ଦଶହରା ପର୍ବ ପାଳନ ପାଇଁ ଜରୁରୀ ବୈଠକ

ରିପୋର୍ଟ: ରବିଶଙ୍କର ମହାପାତ୍ର // କୋରାପୁଟ(୦୧/୧୦): କୋରାପୁଟ ଜିଲ୍ଲା କୋଟପାଡ଼ ଶ୍ରୀ କନକମଣି ମାଉଲୀ ମାଁ ମନ୍ଦିର ପ୍ରାଙ୍ଗଣରେ ବୁଧବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଦଶହରା ପର୍ବ ପାଳନ ପାଇଁ ଜରୁରୀ...

Recent Comments

%d bloggers like this: