Friday, March 29, 2024

Top 5 This Week

Related Posts

ଦେଶର ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୩୦/୦୪) : ନୂଆଦିଲ୍ଲୀ ର ବିଜ୍ଞାନ ଭବନରେ ଶନିବାର ଅନୁଷ୍ଠିତ ହେଇଥିବା ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତି ମାନଙ୍କ ମିଳିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେଇଛନ୍ତି । ଦେଶର ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ କରିବାକୁ ହେଲେ ନ୍ୟାୟ ସୁଲଭ ଏବଂ ସମସ୍ତଙ୍କ ପାଇଁ ହେବା ଆବଶ୍ୟକ । ନ୍ୟାୟ ପ୍ରକ୍ରିୟାରେ ବିଳମ୍ବ ନ ହେବ ସେଥିପ୍ରତି ଧ୍ୟାନ ହେବା ଉଚିତ୍‌ ।

ଆହୁରି ମଧ୍ୟ କହିଛନ୍ତି ଯେ, ନ୍ୟାୟପାଳିକାରେ ବି ବୈଷୟିକ ଜ୍ଞାନକୈଶଳ କୁ ଗୁରୁତ୍ୱ ଦିଆଯାଉଛି । କୋର୍ଟରେ ଖାଲି ଥିବା ପଦବୀ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି । ସେହିପରି ସ୍ଥାନୀୟ ଭାଷାକୁ ମଧ୍ୟ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Popular Articles