ଉଠା ଜଳସେଚନ ର ଗଭୀର ନଳକୂପ ଖୋଲା ହେବ କେବେ ?

0
209
ଉଠା ଜଳସେଚନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୨୯/୪) : ଶିଳ୍ପ ବିହୀନ ସୁବର୍ଣ୍ଣପୁର ଜିଲ୍ଲା ର ସତୁରୀ ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ । ଅନ୍ୟପକ୍ଷରେ ଚାଷ ଜମିକୁ ଜଳସେଚନ ପାଇଁ ଅଗ୍ରାଧିକାର ଦେଉଥିବା ସରକାର କହୁଛନ୍ତି । କିନ୍ତୁ ଜିଲ୍ଲାରେ ଉଠା ଜଳସେଚନ ବିଭାଗ ତରଫରୁ ଚାଷ ଜମି ଗଭୀର ନଳକୂପ ଖନନ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଗତ ୨୦୨୦-୨୧ ମସିହା ଜିଲ୍ଲା ର ପ୍ରାୟ ୩୦୦୦ ଚାଷୀ ଉଠା ଜଳସେଚନ ବିଭାଗ ର ନଳ କୂପ ନେଇ ସାଧାରଣ ବର୍ଗ ହିତାଧିକାରୀ ୨୦ ହଜାର ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଚାଷୀ ୧୦ ହଜାର ଟଙ୍କା ନିଜର ଅଂଶଧନ ବ୍ୟାଙ୍କରେ ପୈଠ କରି ଅନଲାଇନରେ ପଞ୍ଜିକରଣ କରିଛନ୍ତି । ଦୀର୍ଘ୍ୟଦିନ ବିତିଯାଇଥିଲେ ମଧ୍ୟ ଏହାର ପ୍ରକିୟା ଆରମ୍ଭ ହୋଇପାରି ନାହିଁ ।

ଏ ପଟେ ଏପ୍ରିଲ ମାସ ସରିଲାଣି । ଆଗକୁ ବର୍ଷା ଦିନ ଆସୁଛି । ଯଦି ଜିଲ୍ଲାରେ ଏବେ ନଳକୂପ କାର୍ଯ୍ୟ ନ ହୁଏ ତେବେ ଆଗାମୀ ଦିନରେ ଉକ୍ତ କାର୍ଯ୍ୟକ୍ରମକୁ ବହୁ ବିଳମ୍ୱିତ ହେବ ଅଭିଯୋଗ ହେଉଛି । ୨୦୧୭ ମସିହା ପରେ ଉଠା ଜଳସେଚନ ବିଭାଗ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାରେ ଅନଲାଇନରେ ନଳକୂପ କରିବା ପାଇଁ ସୁବିଧା ମିଳିଛି । ଯାହା ଜିଲ୍ଲାର ଚାଷୀ ଅବେଦନ କରିଛନ୍ତି ।

ଉଠା ଜଳସେଚନ ନିଗମ ର ଭୁବନେଶ୍ଵରସ୍ଥିତ ମୂଖ୍ୟ କାର୍ଯ୍ୟାଳୟ ଏହାର ଟେଣ୍ଡର ବାହାର କରି ଏଜେନ୍ସିକୁ କାର୍ଯ୍ୟ ଦେଶ ହେବା ପରେ ଗଭୀର ନଳକୂପ ଖନନ ଓ ପ୍ରକଳ୍ପ ବିଦ୍ୟୁତ ସଂଯୋଗ କାମରେ ହେବା କଥା। ଜିଲ୍ଲାରେ ଚାଷୀ ଜିଲ୍ଲା ଉଠାଜଳସେଚନ ଆସି ହଇରାଣ ହେଉଛନ୍ତି । କିନ୍ତୁ ଫଳପ୍ରଦ ହେଉନାହିଁ । ଏ ସମ୍ପର୍କରେ ଜିଲ୍ଲା ଉଠାଜଳସେଚନ ବିଭାଗରୁ ଜଣାପଡିଛି ଯେ ନିଗମ ର ମୂଖ୍ୟ କାର୍ଯ୍ୟାଳୟ ଟେଣ୍ଡର କରୁଛି ।

କାର୍ଯ୍ୟାଦେଶ ପ୍ରଦାନ ପରେ ଅନୁମତି ମିଳିଲେ କାମ ଆରମ୍ଭ ହେବ । ଚାଷ ଓ ଚାଷୀ ପରି ସମ୍ବେଦନଶୀଳ କ୍ଷେତ୍ର ର ବିକାଶ ପାଇଁ ଜିଲ୍ଲାରେ ଉଠା ଜଳସେଚନ ବିଭାଗ ଗଭୀର ନଳକୂପ ଖୋଲିବା ପ୍ରକିୟା ତ୍ଵରାନ୍ନତି କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲାପାଳ ଦୃଷ୍ଟି ଦେଇ ଠୋସ ପଦକ୍ଷେପ ନେବାକୁ ଦାବୀ ହେଉଛି ।