Advertisements

ଉତ୍କଟ ପାନୀୟ ଜଳ ସଙ୍କଟ ସମାଧାନ ଦାବି

ଚନ୍ଦ୍ରପୁର(କୈଳାସ ମାଳବିଶୋୟୀ): ଚନ୍ଦ୍ରପୁରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ପ୍ରତି ପଞ୍ଚାୟତ ସ୍ତରରେ ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗ ପାଣି ପ୍ରକଳ୍ପ ସହିତ ନଳକୂପ ଖନନ କରି କୋଟିକୋଟି ଟଙ୍କା ତୁଷାରପାତ କରୁଥିବା ବେଳେ ବିଶୁଦ୍ଧ ପାନୀୟ ଜଳ ବୁନ୍ଦାଏ ନ ପାଇ ଅଂଚଳବାସି ଏବେ ବିଭିର୍ନ୍ନ ଝରଣା, କୂଅ, ପୋଖରୀ, ନଦୀ, ନାଳ ଉପରେ ଭରସା କରିବାକୁ ବାଧ୍ୟ ହେଉଛନ୍ତି |

ଏ ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସ୍ଥିତ ନୁଆସାହି, ସାମଲ କଲନୀ, ବଡ଼ସାହି, ଢ଼େପସାହି ଇନ୍ଦିରା ଆବାସ ସହି , ସନ୍ତାନଗର ଓ ଚନ୍ଦ୍ରପୁର ମେନ ରୋଡ଼ ଓ ଚନ୍ଦ୍ରପୁର ପଞ୍ଚାୟତ ବନ୍ଦିରୀ ଗରମରେ ଏହି ଚନ୍ଦ୍ରପୁର ଓ ବଦ୍ରି ଗ୍ରାମରେ ପ୍ରାୟ ୯ହଜାର ରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି | ମାତ୍ର ମୁଣ୍ଡ ପିଛା ଚନ୍ଦ୍ରପୁର ଭଳି ଉପାନ୍ତ ଆଦିବାସୀ ଅଂଚଳ ରେ ହେଉଥିବାରୁ ଏଠାରେ ଲୋକେ ହିତକର ଯୋଜନା ମାନ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି | ଏଠାରେ ଲୋକେ ହିତକର ଯୋଜନା ମାନ ଶତକଡା ୨୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରାଯାଇ ଯୋଜନାରେ ଶତ ପ୍ରତିଶତ ଅର୍ଥ ଲୁଟ କାରାଯାଏ | ସେଥିପାଇ ଏହି ବ୍ଲକରେ ପ୍ରତେକ ଯୋଜନାରେ ଦୁର୍ନୀତି ହୋଇଥିବାରୁ ବର୍ଷ ବର୍ଷଧରି କାମ ହୋଇପାରୁ ନାହିଁ | ଏହି ବୃହତ ଗ୍ରାମର ଆଦିବାସୀ ହରିଜନ ବସବାସ କରୁଛନ୍ତି | ପାନୀୟ ଜଳର ଯଥେଷ୍ଟ ସୁବିଧା ପାଇବାରୁ ବଞ୍ଚିତ ହୋଇ ସୀତା ଦିନ ଚାଲିଗଲା, ଖରାଦିନ ଆସୁଛି ଅଧିକ ପାଣି ସମସ୍ୟା ଦେଖା ଦେଇଛି | ଏହାକୁ ନାଁ ଅରଡବ୍ଲୁ ଏସଏସର କନିଷ୍ଠ ଯନ୍ତ୍ରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ରଙ୍କୁ ଫୋନ ଯୋଗାଯୋଗ କଲାପରେ ମହାଶୟ ଜଣକ କହିଥିଲେ ସେ ବିଷୟରେ ମୁ ଜାଣିନାହିଁ କନିଷ୍ଠ ଯନ୍ତ୍ରୀ ମହାଶୟ ଚନ୍ଦ୍ରପୁର ବ୍ଲକରେ ଅରଡବ୍ଲୁ ଏସଏସ ନାମରେ ଅଫିସ ଘର ରହିବା ଘର ତିଆରି ହେବ ସତ୍ୱେ ଚନ୍ଦ୍ରପୁର ନ ରହି ମୁନୁଗୁଡା ଠାରେ ରହୁଛନ୍ତି ଯାହା ଫଳରେ ଚନ୍ଦ୍ରପୁର ପାଣି ସମସ୍ୟା ବୁଝୁ ନାହାନ୍ତି |

ଏହି ଭଳି ଅଭିଯୋଗ ବିଡ଼ିଓ ଜର୍ଜ ଡୁଙ୍ଗେ ଡୁଙ୍ଗଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୋଣସି ପଦକ୍ଷେପ ନେଉନାହାନ୍ତି | ଏହାର ଜ୍ୱଳନ୍ତ ଉଦାହରଣ ବ୍ଲକ ବାଉଣ୍ଡ୍ରି ଭିତରେ ସମସ୍ତ କର୍ମଚାରୀଙ୍କ ଘରକୁ ଘର ପାଣି ମିଳୁଛି | ପ୍ରତ୍ୟେକ ଘରରେ ଷ୍ଟାଣ୍ଡ ପୋଷ୍ଟ ଅଛି | ଚନ୍ଦ୍ରପୁର ସରପଞ୍ଚ ପଚାରିବାରୁ ସେ କହିଥିଲେ କାମ ସମ୍ପୂର୍ଣ୍ଣ ନ କରି ଅର୍ଥ ହଡପ କରିଛନ୍ତି | ତେଣୁ ମୁଁ କୌଣସି ପଦକ୍ଷେପ ନେଇ ପାରୁ ନାହିଁ କିମ୍ବା କଲେ ବିଲ ବଢ଼ୁ ନାହିଁ ବୋଲି ପ୍ରକାଶ କରିଛନ୍ତି | ଯଦି ପାଣି ସମସ୍ୟା ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ରାସ୍ତାକୁ ଓଲ୍ଲାହିଁବାକୁ ମଧ୍ୟ ଚେତାବନୀ ଚନ୍ଦ୍ରପୁର ଗ୍ରାମବାସୀ ଦେଇଛନ୍ତି |

Advertisements

Comments are closed.