Friday, March 29, 2024

Top 5 This Week

Related Posts

ଆଜି ମାଟ୍ରିକ ପରୀକ୍ଷା : ଖରା ପାଇଁ ଥଣ୍ଡା ପାଣି, ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇକୁ ନିର୍ଦ୍ଦେଶ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୯/୦୪) : ଆଜି ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯାଇଛି । ଅପ୍ରେଲ ୨୯ ତାରିଖ ରୁ ଆରମ୍ଭ ହୋଇ ମେ ୭ ତାରିଖରେ ପରୀକ୍ଷା ଶେଷ ହେବ ।

ଆଜି ମାଟ୍ରିକ ପରୀକ୍ଷା ପାଇଁ ଖରା ର ପ୍ରଭାବକୁ ଦୃଷ୍ଟିରେ ରଖି ମଧ୍ୟମା ଓ ଓପନ ସ୍କୁଲ ସେକେଣ୍ଡ ସିଟିଂରେ ହେବାକୁ ଥିବା ପରୀକ୍ଷା ତାରିଖ ଓ ସମୟକୁ ପରିବର୍ତ୍ତନ କରାଯାଇଛି । ଆସନ୍ତା ମାସ ୨, ୪ ଓ ୬ ତାରିଖରେ ହେବାକୁ ଥିବା ସେକେଣ୍ଡ ସିଟିଂ ପରୀକ୍ଷା ଗୁଡ଼ିକ ୮, ୯ ଓ ୧୦ ତାରିଖ ପ୍ରଥମ ସିଟିଂରେ ହେବ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରବଳ ଖରାକୁ ଲକ୍ଷ୍ୟରେ ରଖି ଛାତ୍ରଛାତ୍ରୀଙ୍କ ନିମନ୍ତେ ପାଣି ଓ ଓଆରଏସ୍ ମହଜୁଦ ରଖାଯିବ । ତେବେ ହାଇସ୍କୁଲ ସାର୍ଟିଫିକେଟ ବା ମାଟ୍ରିକ ପରୀକ୍ଷା ସୂଚୀରେ ପରିବର୍ତ୍ତନ ହୋଇନି । ପରୀକ୍ଷା ସମୟରେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇକୁ ସ୍କୁଲ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।

ମାଟ୍ରିକ୍ ବୋର୍ଡ ସୂଚନା ମୁତାବକ, ୩୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫,୭୧,୯୦୯ ହାଇସ୍କୁଲ ପିଲା ପରୀକ୍ଷା ଦେବେ । ମଧ୍ୟମା ଓ ଓପନ ସ୍କୁଲ ପିଲାଙ୍କୁ ମିଶାଇଲେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପିଲା ୩୫୪୦ କେନ୍ଦ୍ରରେ ପରୀକ୍ଷା ଦେବେ । ପ୍ରଶ୍ନ ସୁରକ୍ଷିତ ରଖିବା ଓ ପରୀକ୍ଷା ଦିନ ପରୀକ୍ଷା କେନ୍ଦ୍ରକୁ ପଶ୍ନପତ୍ର ପଠାଇବା ନିମେନ୍ତ ମୋଟ ୩୧୫ ନୋଡାଲ ସେଣ୍ଟର କରାଯାଇଛି । ଯାହା ଭିତରୁ ୨୧ ଟି ଥାନାକୁ ନୋଡାଲ ସେଣ୍ଟର କରାଯାଇଛି । ୬୫ ଟି ଫ୍ଲାଇଂ ସ୍କାର୍ଡ ପରୀକ୍ଷା ଉପରେ ନଜର ରଖିବାକୁ ମୁତୟନ ହେବେ ।

ଖରାକୁ ଦେଖି ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ମେ ୨ ଓ ୪ ତାରିଖରେ ହେବାକୁ ଥିବା ମଧ୍ୟମା ସେକେଣ୍ଡ ସିଟିଂ ପରୀକ୍ଷା ୯ ଓ ୧୦ ତାରିଖ ପ୍ରଥମ ସିଟିଂରେ ହେବ । ସେହିପରି ଓପନ ସ୍କୁଲ ର ୩ ଟି ସେକେଣ୍ଡ ସିଟିଂ ପରୀକ୍ଷା ଆସନ୍ତା ମାସ ୮, ୯ ଓ ୧୦ ତାରିଖ ପ୍ରଥମ ସିଟିଂରେ କରାଯିବାକୁ ନିଷ୍ପତ୍ତି ।

Popular Articles