Related Contents

ବିନିକା ଅଂଚଳରୁ ୨ଲକ୍ଷ ୨୩ହଜାର ୬ଶହ ଟଙ୍କା ଜବତ, ତଦନ୍ତ ଜାରି

ବିନିକା (ଧ୍ରୁବରାଜ ମିଶ୍ର): ବିନିକା ବର୍ତ୍ତମାନ ପ୍ରକ୍ରିୟା ଚାଲିଥିବାରୁ ପ୍ରଶାସନ ତରଫରୁ ଏସଏସ ଟି ସ୍କ୍ୱାଡ଼ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି |

ଏହି ଅବସରରେ ଆଜି ବିନିକା ସୋନପୁର ମୁଖ୍ୟ ରାସ୍ତାର ସେଲେଡି ଛକଠାରେ ବିନିକା ଅତିରିକ୍ତ ତହସିଲଦାର ରାକେଶ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ସ୍କ୍ୱାଡ଼ ପାର୍ଟି ବିଭିନ୍ନ ଯାନବାହାନ ଯାଞ୍ଚ କରିଥିଲେ | ଏହି ପରିପେକ୍ଷୀରେ ଏକ ବାଇକ ଯୋଗେ (ଓଆର ୧୫କେ ୬୭୧୬ ) ସେଲେଡିର କୁବେର ପେରା ଯାଇଥିବା ବେଳେ ତାଙ୍କ ଠାରୁ ୧ଲକ୍ଷ ୧୮ହଜାର ଟଙ୍କା ସେହିପରି ଏକ ବୁଲେଟ ଯୋଗେ ଆସୁଥିବା ବେଳେ ରାମପୁର ଗ୍ରାମର ସୁବାଷ ମେହେର ଓ ଭେଡେନ ଥାନା ରେଶମ ଗାଁର ଚନ୍ଦ୍ରମଣି ସୁନାଙ୍କ ଠାରୁ ୧ଲକ୍ଷ ୬ହଜାର ଟଙ୍କା ଜବତ କରାଯାଇଛି | ଉକ୍ତ ସବୁ ଟଙ୍କାକୁ ବଣିକ ଥାନାରେ ଜମା ଦିଆଯାଇଛି | ଏହାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ରାଜେନ୍ଦ୍ର ସମାରିଆ ପ୍ରକଶ କରିଛନ୍ତି |

Comments are closed.