ପିଇବା ପାଣି ସମସ୍ୟା ପାଇଁ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ

0
208
ପିଇବା ପାଣି

ରିପୋର୍ଟ : ଅକ୍ଷୟ ପୀଡ଼ିସିକା
କଲ୍ୟାଣସିଂହପୁର, (୨୮/୪) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ର ଢେପାଗୁଡା ଗାଁରେ ବିଶୁଦ୍ଧ ପାନୀୟ ଜଳ ବା ପିଇବା ପାଣି ସମସ୍ୟା ପାଇଁ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି ।

ଉକ୍ତ ଗାଁରେ ପ୍ରାୟ ପାଞ୍ଚ ଶହ ରୁ ଉର୍ଦ୍ଧ୍ୱ ଲୋକ ରହନ୍ତି । ଏଠାରେ ତିନୋଟି ନଳକୂପ ରହିଛି ମାତ୍ର ତିନୋଟି ନଳକୂପରୁ ସ୍ୱଳ୍ପ ପାଣି ବାହାରୁଛି । ପାଞ୍ଚ ଶହ ଲୋକଙ୍କୁ ଏହି ପିଇବା ପାଣି ନିୟଣ୍ଟ ହେଉଥିବା ଯୋଗୁଁ ଗାଁରେ ମହିଳାଙ୍କ ମଧ୍ୟରେ ଗଣ୍ଡଗୋଳ ମାରପିଟ ହେଉଛନ୍ତି । ଉକ୍ତ ଗାଁରେ ମଧ୍ୟ ଗୋଟିଏ ବୋର ରହିଛି ତାହା ମଧ୍ୟ ତିନିମାସ ହେବ ଅଚଳ ହୋଇଯାଇଛି । ଏହାକୁ ନେଇ ପଞ୍ଚାୟତରେ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ହେଲେ କର୍ଣ୍ଣପାତ ଦେଉନାହାଁନ୍ତି ।

ବିଶୁଦ୍ଧ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିବାରୁ ଆଜି ବିଡ଼ିଓ ତାପସ କୁମାର ଭୋଇ ଙ୍କୁ ଲିଖିତ ଅଭିଯୋଗ ଦେବାପାଇଁ ସକାଳ ୮ ରୁ ଢେପାଗୁଡାଗାଁ ର ମହିଳା ମାନେ ନିଜ କାମଧନ୍ଦା ଛାଡି ପିଲାଛୁଆ ଙ୍କୁ ଧରି ଭୋକ ଉପାସରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟାହ୍ନ ପର୍ଯ୍ୟନ୍ତ ବସି ରହିଥିବା ଦେଖିବାକୁ ମିଳିଛି ।

ଏହି ସମ୍ପର୍କରେ ବିଡ଼ିଓ ତାପସ କୁମାର ଭୋଇ ଙ୍କୁ ଫୋନ ମଧ୍ୟରେ ପଚାରିବାରୁ ସେ କହିଛନ୍ତି କନିଷ୍ଠ ଯନ୍ତ୍ରୀ ୧ କୁ ଅଭିଯୋଗ ଦିଅନ୍ତୁ ମୁଁ ଏରିଆ ଭିତରେ ଗସ୍ତରେ ଅଛି ଆସିଲା ପରେ ମୁଁ ଏହାର ସମାଧାନ କରିବି । କନିଷ୍ଠ ଯନ୍ତ୍ରୀ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବା ପାଇଁ ବାରମ୍ବାର ବାରମ୍ବାର ଫୋନ କଲେ ମଧ୍ୟ ଫୋନ ଉଠାଇ ନ ଥିଲେ । ଫୋନ ନ ଉଠାଇବାରୁ ବରିଷ୍ଠ କରାଣୀ ବିଶ୍ୱନାଥ ଗମାଙ୍ଗଓ ଜିପିଓ ମାନସ ପ୍ରଧାନଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।

ସଦରରେ ଥିବା ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ନିଳିମା ପ୍ରିୟଦର୍ଶନୀ ଦାସ ଙ୍କୁ ବାରମ୍ବାର ଗ୍ରାମବାସୀ ଯୋଗାଯୋଗ କରିଥିଲେ କିନ୍ତୁ ସେ ଫୋନ ଉଠାଇ ନଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯଦି ଆଗମୀ ଦିନରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ତୁରନ୍ତ ସମାଧାନ କରା ନ ଗଲେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହାଣ୍ଡି ଧରି ଘେରାଉ କରିବୁ ବୋଲି ହୁଈକା ସମ୍ବାରି, ମାଣ୍ଡିକା କମଳା, କଞ୍ଜ।କା ନୀଲା, ଲକ୍ଷ୍ମୀ ହିକକା, ୱାର୍ଡ ସଦସ୍ୟ ମହାଦେବ ପ୍ରେପକା ପ୍ରମୁଖ ଅଭିଯୋଗ କରିଛନ୍ତି ।

ଏଥିରେ ପ୍ରାୟ ୧ ଶହରୁ ଉର୍ଦ୍ଧ୍ୱ ମହିଳା ପୁରୁଷ ଉପସ୍ଥିତ ରହି ଅଭିଯୋଗ କରିଥିଲେ । ଏହି ପରି ଜଳ ଯୋଗାଣ ବିଭାଗ ର କନିଷ୍ଠ ଯନ୍ତ୍ରୀ ମାନେ ଅବହେଳା କରିବେ ତେବେ ଅଞ୍ଚଳବାସୀ ହନ୍ତସନ୍ତ ହୋଇ ପ୍ରାଣ ବିକଳରେ ମରିଯିବେ ତେଣୁ ତୁରନ୍ତ ଜଳ ଯୋଗାଣ କନିଷ୍ଠ ସଚାରୁ ରୁପେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି ।