Thursday, March 28, 2024

Top 5 This Week

Related Posts

ପାନୀୟ ଜଳ ଯୋଗାଣ ସମେତ ୭ ଦଫା ଦାବିରେ ଜୁନାଗଡ଼ ବ୍ଲକ ସମ୍ମୁଖରେ ସିପିଆଇର ଗଣ ବିକ୍ଷୋଭ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୨୮/୦୪) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ସମ୍ମୁଖରେ ଆଜି ସିପିଆଇ ଜୁନାଗଡ଼ ଜୋନାଲ କମିଟି ପକ୍ଷରୁ ପାନୀୟ ଜଳ ଯୋଗାଣ ସମେତ ୭ ଦଫା ଦାବିରେ ଗଣ ବିକ୍ଷୋଭ କରାଯାଇଥିଲା ।

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୋରଗୁଡା ଗ୍ରାମ ର ବିଭିନ୍ନ ସମସ୍ୟା ଯଥା, ତୁରନ୍ତ ପାନୀୟ ଜଳ ଯୋଗାଣ ର ସୁବ୍ୟବସ୍ଥା, ଜବକାର୍ଡ ଧାରୀଙ୍କୁ କର୍ମ ନିୟୋଜନ, ବଞ୍ଚିତ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ, ମରୁଡି ଜନିତ କ୍ଷତିପୂରଣ ପ୍ରଦାନ, ରିହାତି ମୂଲ୍ୟରେ ଖରିଫ ଚାଷ ପାଇଁ ସାର ବିହନ ଔଷଧ ଯୋଗାଣ, ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ବିନା ସୂଚନାରେ ବିଦ୍ୟୁତ କାଟ ବନ୍ଦ କରିବା ଦାବି କରିଛନ୍ତି ।

ସ୍ଥାନୀୟ ଆରଏମସି ପରିସର ରୁ ସିପିଆଇ ନେତା ଦାମୋଦର ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସ୍ଵଭ୍ୟ ହରେକୃଷ୍ଣ ମାଝୀ, ଦୁର୍ଯ୍ୟୋଧନ ମାଝୀଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ମହିଳା ଏକ ରାଲି ଯୋଗେ ବ୍ଲକ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦାବିଗୁଡିକ ଯଥା ଶୀଘ୍ର ପୂରଣ କରାଯିବାକୁ ସ୍ଥାନୀୟ ବ୍ଲକ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରଙ୍କ ଉଦ୍ଦେଶ୍ୟରେ ଏକ ସାତଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା ।

Popular Articles