ଆଜି କାଶୀନଗର ରେ ସ୍ୱାଭିମାନ ଦିବସ ପାଳିତ

0
120
ଆଜି

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୨୮/୦୪) : ଆଜି ଗଜପତି ଜିଲ୍ଲା ର କାଶୀନଗର ସହର ରେ ଥିବା ବଂଶଧାରା ପାଠାଗାର ରେ ସ୍ୱାଭିମାନ ଦିବସ ପାଳିତ ହୋଇ ଯାଇଛି ।

ଆଜି ଓଡ଼ିଶା ର ମହାନ୍ ବ୍ୟକ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜନ୍ମ ଜୟନ୍ତୀ ସହ ସ୍ୱାଭିମାନ ଦିବସ ବଂଶଧାରା ପାଠାଗାର ରେ ପାଳିତ ହୋଇ ଯାଇଛି । ବଂଶଧାରା ପାଠାଗାର ର ସଭାପତି ଶ୍ରୀ ହୃଷୀକେଶ ଗୌଡ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ସତ୍ୟ ସମ୍ପୂର୍ଣ୍ଣ ରାଉତ, ପୌର ଉପାଧ୍ୟକ୍ଷ ଶ୍ରୀ ରଘୁ ରାମ ସାହୁ, କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଯୋଗ ଦେଇ ଯୋଗ ଜନ୍ମ ପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କୁ ମନେ ପକାଇ ଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ସାମ୍ବାଦିକ ଓ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।