Advertisements
Tuesday, June 2, 2020
Home Business & Private ଜେକେ କାଗଜ କଳର ଅସନ୍ତୁଷ୍ଟ ଠିକ କର୍ମଚାରୀ ସମୂହ ଭୋଟ ବର୍ଜନ ନିଷ୍ପତ୍ତି

ଜେକେ କାଗଜ କଳର ଅସନ୍ତୁଷ୍ଟ ଠିକ କର୍ମଚାରୀ ସମୂହ ଭୋଟ ବର୍ଜନ ନିଷ୍ପତ୍ତି

ରାୟଗଡା(ଗୋପୀନାଥ ଗୌଡ଼): ସାଧାରଣ ନିର୍ବାଚନ ଆଉ ମାତ୍ର ସାତଦିନ ରହିଥିବା ବେଳେ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ଜେକେ କାଗଜ କଳର କାର୍ଯ୍ୟରତ ୪୫୦୦ଅସନ୍ତୁଷ୍ଟ ଠିକା କର୍ମଚାରୀ ଏବଂ ପରିବାର ବର୍ଗ | ସେମାନଙ୍କ ଅଭିଯୋଗ ହେଲା ଶାସକ ଓ ବିରୋଧୀ ଦଳର ନେତାମାନେ ଆମକୁ ଅବହେଳା ଓ ଅଣଦେଖା କରିଛନ୍ତି | ଆମ ଭୋଟରେ ବିଜୟୀ ହୋଇ ମଧ୍ୟ ଆମ ସମସ୍ୟାର ସମାଧାନ ଦିଗରେ କୌଣସି ସହଯୋଗ କରିନାହାନ୍ତି | ଓଲଟା ଅପ୍ରକାଶ୍ୟ ଭାବରେ କାରଖାନା କତ୍ତୃପକ୍ଷଙ୍କୁ ସହାୟତା କରୁଛନ୍ତି | ତେଣୁ ସେମାନେ ସାମୁହିକ ଭୋଟ ବର୍ଜନର ନିଷ୍ପତି ନେଇଛନ୍ତି |

ଗତ ମଙ୍ଗଳବାର ସନ୍ଧ୍ୟା ସମୟରେ ସ୍ଥାନୀୟ କୁମୁଟିପେଣ୍ଠରେ ଥିବା ଜେକେ କାଗଜ କଳର ଠିକାଶ୍ରମିକ ସଂଘର କାର୍ଯ୍ୟଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଙ୍ଘର ସଭାପତି ସୀତାରାମ ପଂଡେଣ୍ଟି ସୂଚନା ଦେଇଛନ୍ତି | ପ୍ରତିଦିନର କାମକୁ ଠିକା ହିସାବରେ ସମାନ ମଜୁରୀ ଦିଆଯାଇ ସମୁଦାୟ ମଜୁରୀ ଉପରେ ପ୍ରୋଭିଡେଣ୍ଟ ଫୋଣ୍ଡ ଓ ଇଏସଆଇ କଟାଯାଇ ବୋନସ ସହ ଏକ୍ସଗ୍ରସିଆ ପ୍ରଦାନକରିବା, କାର୍ଯ୍ୟରତ ଠିକାଶ୍ରମିକଙ୍କ କାର୍ଯ୍ୟଦକ୍ଷତା ଓ ଅଭିଜ୍ଞତାକୁ ଆକଳନ କରି ରାଜ୍ୟ ସରକାରଙ୍କ ନିଦ୍ଧାରିତ ସର୍ବନିମ୍ନ ମଜୁରୀ ପ୍ରଦାନକରିବା, ସରକାରଙ୍କ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ଶ୍ରମିକ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇବା, ଇତ୍ୟାଦି ଦାବିକୁ କାଗଜ କଳର ପରିଚାଳନା କତ୍ତୃପକ୍ଷ ସିଧାସଳଖ ଶ୍ରମୀକସଂଙ୍ଘ ସହ ଆଲୋଚନା କରିବା ଭଳିଦାବି ରଖିଛନ୍ତି ସେମାନେ |ସେହିପରି ଆଇନ ଅନୁଯାୟୀ ପଞ୍ଜିକୃତ ହୋଇ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ଏହି ଶ୍ରମିକ ସଂଗଠନକୁ କାଗଜକଳର କତ୍ତୃପକ୍ଷ ସ୍ୱୀକୃତି ଦେଇନଥିବାରୁ ଜେକେ କାଗଜ କଳର କଂଟ୍ରାକ ଶ୍ରମିକସଂଘ ତରଫରୁ ରାୟଗଡା ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ଦିଆଯାଇଥିବା ମଧ୍ୟ ସଂଘପକ୍ଷରୁ ଉଲେଖ କରାଯାଇଛି | ଠିକାଶ୍ରମିକ ସଙ୍ଘର ୧୬/୧୭ଟି ଦାବି ମଧ୍ୟରୁ ମାତ୍ର ୨ଗୋଟି ଦାବି ପୂରଣ କରାଯାଇ ଅନ୍ୟସବୁକୁ ଅଣଦେଖା କରାଯାଇଥିବା ସଙ୍ଘର ସଭାପତି, ସମ୍ପାଦକ ରାମୁଲୁ ପ୍ରକାଶ କରିଛନ୍ତି | ଏହିସବୁ ସମସ୍ୟା ପୂରଣ ନହେଲେ ୪୫୦୦କର୍ମଚାରୀ ଭୋଟ ବର୍ଜନ କରିବାସହ ଆଖପାଖ ଗ୍ରାମଗୁଡିକୁ ମଧ୍ୟ ଏଥିରେ ସାମିଲ କରିବାପାଇଁ ନିଷ୍ପତି ନେଇଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ସଭାପତି ସୀତାରାମ |

ଶ୍ରମିକ ସଙ୍ଘର ଏପରି ନିଷ୍ପତି ଆସନ୍ତା ନିର୍ବାଚନରେ ଗଭୀର ପ୍ରଭାବ ପକାଇବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି | ଶାସକ ଦଳ ଓ ବିରୋଧୀ ଦଳ ଏହି ପରିସ୍ଥିତିରେ କି ପ୍ରକାର ପଦକ୍ଷେପ ନେଉଛନ୍ତି ଦେଖିବାକୁ ରହିଲା | ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ସହ ଉପସଭାପତି ଏନ ସୁରେଶ, ଏଂଡମା ମିଣ୍ଡି ୟକା ଯୁଗ୍ମ ସମ୍ପାଦକ ହେମନ୍ତ ଜେନା, ସମେତ ଅନ୍ୟମାନେ ଉପସ୍ଥିତ ଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: