Related Contents

ନଦୀରେ ବୁଡି ନାବାଳକର ମୃତ୍ୟୁ

ଲମତାପୁଟ(କପିଳେନ୍ଦ୍ରଦେବ ସାମନ୍ତରାୟ): ଲମତାପୁଟ ବ୍ଲକ ଅନ୍ତର୍ଗତ ଡାବୁଗୁଡା ପଞ୍ଚାୟତର ଧାଡ଼ି ଗ୍ରାମର ସଦନ ଖିଲଙ୍କ ଦଶବର୍ଷ ପୁତ୍ର ଦାସ ଖିଲ ପାଣିରେ ବୁଡି ଯାଇ ମୃତ୍ୟୁ ବରଣ କରିଛି ।

ଗତ ରବିବାର ଅପରାହ୍ନରେ ପିଲାଟି ଶୈଚ ହେବାକୁ ଗ୍ରାମ ନିକଟରେ ଥିବା କୋଲାବ ଜଳଭଣ୍ଡାରକୁ ଯାଇ ଥିଲା, ଦୁର୍ଭାଗ୍ୟ ବଶତଃ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲା । ପିଲାଟିର ଚିତ୍କାର ଶୁଣି ସ୍ଥାନୀୟ ଲୋକ ମାନେ ପାଣି ଭିତରୁ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ଡାକ୍ତରଖାନା ଆଶାକିରଣରେ ଭର୍ତ୍ତିକରି ଥିଲେ। କିନ୍ତୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ରାଣିତୋଟା ଫାଣ୍ଡି ଅଧିକାରୀ ନିଳକଣ୍ଠ ମହାନ୍ତି ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପରେ ଶବକୁ ପରିବାରର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

Comments are closed.