Friday, March 29, 2024

Top 5 This Week

Related Posts

ଅପହରଣ କରି ଦାବି ମୁତାବକ ୧୦ ଲକ୍ଷ ଟଙ୍କା ନ ଦେବାରୁ ହତ୍ୟା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, ତା(୨୭/୦୪) : ଟିଟିଲାଗଡ଼ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ହତ୍ୟାକାଣ୍ଡ । ଅପହରଣ କରି ଦାବି ମୁତାବକ ୧୦ ଲକ୍ଷ ଟଙ୍କା ନ ଦେବାରୁ ସମ୍ପର୍କୀୟ ଭାଇକୁ ହତ୍ୟା କରିଥିବା ଜଣାପଡିଛି ।

ହତ୍ୟା ର ଶିକାର ହୋଇଥିବା ନାବାଳକ ମୋହନ କୁମ୍ଭାର (୧୩ ବର୍ଷ) ତାଙ୍କ ଘର ଶିରଭଟା ପଡା । ସିକେର ଜଙ୍ଗଲ ରୁ ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ଗତ ୨୩ ତାରିଖ ଦିନ ସମ୍ପର୍କୀୟ ଭାଇ ଦ୍ଵାରା ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଭାଇ ଥାନାରେ ଅଟକ । ଅପହରଣ ପରେ ୧୦ ଲକ୍ଷ ଦାବି କରିଥିଲା ଅଭିଯୁକ୍ତ ।

ଶବ ଜବତ କରି ଟିଟିଲାଗଡ଼ ପୋଲିସ ର ତଦନ୍ତ ଆରମ୍ଭ ଇ ହତ୍ୟାକାଣ୍ଡ ନେଇ ୬ ଜଣ ଅନ୍ୟ ସହଯୋଗୀ ଥିବା ଓ କିଛି ଯୁବକ ଙ୍କୁ ପୋଲିସ ଥାନା ରେ ତଦନ୍ତ ପୂର୍ବରୁ କରିଥିବା ବେଳେ ଉକ୍ତ ମୁଖ୍ୟ ଅଭିଯୁକ୍ତ ର ଅନ୍ୟ ସହଯୋଗୀ ଙ୍କୁ ପରିସର ଭୁକ୍ତ କରାଯିବା ନେଇ କିଛି ସ୍ପଷ୍ଟ ସୂଚନା ମିଳି ନ ଥିବା ବେଳେ ସାଧାରଣ ରେ ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତ ଙ୍କ ନଜର ରହିଛି ।

କେବଳ ୧୦ ଲକ୍ଷ ଟଙ୍କା ପାଇଁ ହତ୍ୟା ନା ଅନ୍ୟ କିଛି କାରଣ ରହିଛି, ଏପରି କି କିଛି ଅସାଧୁ ଓ ରାଜନୈତିକ ବ୍ୟକ୍ତି ସମ୍ପୃକ୍ତି ଯୋଗୁଁ ଘଟଣା ଚପେଇ ଦିଆଯିବ କି ବୋଲି ସାଧାରଣ ରେ ନା ନା ପ୍ରକାର ଆଲୋଚନା ହେଉଛି । ସେହିପରି ପୋଲିସ ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Popular Articles