ପଥର କ୍ୱାରି ସବୁଦିନ ପାଇଁ ବନ୍ଦ କରିବାକୁ ଚାଷୀଙ୍କ ଦାବୀ

0
174
ପଥର କ୍ୱାରି

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୨୮/୦୪) : ଓଡ଼ିଶା ସରକାର ଙ୍କ ରାଜସ୍ୱ ବିଭାଗ ଦ୍ଵାରା ଖା ନଦବା ପର୍ବତ କୁ ନିଲାମ ଦିଆଯାଇଥିବାରୁ ଚାଷୀ ଓ ସାଧାରଣ ଲୋକ ଏହାର ବିରୋଧ କରିଛନ୍ତି । ପଥର କ୍ୱାରି ସବୁଦିନ ପାଇଁ ବନ୍ଦ କରିବାକୁ ଚାଷୀଙ୍କ ଦାବୀ କରିଛନ୍ତି ।

ଗତ ୨୫ ତାରିଖ ଦିନ କିଛି ଚାଷୀ କାଶୀନଗର ତହସିଲଦାର ଙ୍କୁ ସ୍ମାରକ ପତ୍ର ଦେଇଥିଲେ କି ଏହି ପଥର କ୍ୱାରି ଚାଲିବା ଫଳରେ ଜମି ଗୁଡିକରେ ପଥର ଖଣ୍ଡ ପଡ଼ିବା । ଦ୍ଵାରା ଚାଷ କାମରେ ବ୍ୟାଘାତ ସୃଷ୍ଟି ହେଉଛି ଏବଂ ପଥର ଖଣ୍ଡ ଗୁଡିକ ରୋଡ ଉପରକୁ ମଧ୍ୟ ଆସି ଯାଇଥାଏ ।

ଯାହାଫଳରେ ପଥିକ ଓ ଗାଡ଼ି ଗୁଡ଼ିକ ଯିବାରେ ଅନ୍ତରାୟ ସୃଷ୍ଟି ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏଥିସହ ଏହି କ୍ଵାରି ବହୁ ବାଦ ବିବାଦ ରେ ଚାଲୁ ରହିଥିଲା । ବର୍ତ୍ତମାନ ଦାବୀ ପତ୍ର ଦେବା ପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ଦେଖିବାକୁ ବାକି ରହିଲା ।