କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ପରିସରରେ ଜିଲ୍ଲା ସ୍ତରୀୟ କୃଷକ ମେଳା ଅନୁଷ୍ଠିତ

0
149
କୃଷି ବିଜ୍ଞାନ କେନ୍ଦ୍ର

ରିପୋର୍ଟ : ବିରଞ୍ଚି ପ୍ରସାଦ
ରାୟଗଡା, (୨୭/୦୪) : କୃଷି ଓ କୃଷକ ର ବିକାଶ ପାଇଁ କୃଷି ବିଜ୍ଞାନ କେନ୍ଦ୍ର ରାୟଗଡା ଓ ଆତ୍ମା ରାୟଗଡା ର ମିଳିତ ସହଯୋଗରେ ଏକ ଜିଲ୍ଲା ସ୍ତରୀୟ କୃଷକ ମେଳା ଓ ପ୍ରଦର୍ଶନୀ, ଗୁଣପୁର ପରିସରରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 04 27 at 6.36.13 PM କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ପରିସରରେ ଜିଲ୍ଲା ସ୍ତରୀୟ କୃଷକ ମେଳା ଅନୁଷ୍ଠିତ

ଆଜାଦି କା ଅମୃତ ମହୋତ୍ସବ ଅନ୍ତର୍ଗତ ଏହି ମେଳାରେ ” କିଷାନ ଭାଗିଦାରୀ – ପ୍ରାଥମିକତା ହମାରି ” ଉପରେ ଗୁରୁତ୍ଵାରୋପ କରିଥିଲେ । ଉକ୍ତ ମେଳାରେ ମୁଖ୍ୟ ଅତିଥି ଭାବେ ରଘୁନାଥ ଗମାଙ୍ଗ ମାନ୍ୟବର ବିଧାୟକ ଗୁଣପୁର ଯୋଗଦେଇ ପ୍ରାକୃତିକ କୃଷି ସମ୍ବନ୍ଧରେ ଆଲୋଚନା କରିବା ‌ସହ ଚାଷୀ ମାନେ କିପରି ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷାକରି ବିଭିନ୍ନ ଯୋଜନା ର ସୁଫଳ ପାଇ ପାରିବେ ସେ ବିଷୟରେ କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ପରିସରରେ ଆଲୋଚନା କରିଥିଲେ ।

ସମ୍ମାନୀତ ଅତିଥି ଭାବେ ଗୁଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଝିଲି ଶଵର ଓ ଉପାଦକ୍ଷ ସୁଦର୍ଶନ ଶଵର ଯୋଗଦେଇ ଚାଷର ଉନ୍ନତ ପ୍ରଣାଳୀ ଓ ଜୈବିକ କୃଷି ସମ୍ପର୍କରେ ବୁଝାଇଥିଲେ । ସୁମନ ସିଂହ ପଟ୍ଟନାୟକ (ଉପ ପ୍ରକଳ୍ପ ନିର୍ଦ୍ଦେଶକ, ଆତ୍ମା, ରାୟଗଡା), ଡ଼ଃ ରାମରାଓ ପାଲ (ଉପଖଣ୍ଡ ପ୍ରାଣି ଚିକିତ୍ସା ଅଧିକାରୀ), ବିଷ୍ଣୁ ପ୍ରସାଦ ସାହୁ (ଏ.ଡି.ଓ. ଗୁଣପୁର), କୃଷ୍ଣ ପ୍ରସାଦ ବେବର୍ତ୍ତା (ବିଶିଷ୍ଟ କୃଷିଵିତ) ଯୋଗଦେଇ ଜୈବିକ କୃଷି ତଥା ପ୍ରାକୃତିକ କୃଷି ଉପରେ ଆଲୋକପାତ କରିବା ସହ କ୍ଷୁଦ୍ର ଶସ୍ୟ ଜାତୀୟ ଫସଲ, ମାଣ୍ଡିଆ ଚାଷ ଉପରେ ଗୁରୁତ୍ଵାରୋପ କରିଥିଲେ ।WhatsApp Image 2022 04 27 at 6.36.14 PM କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ପରିସରରେ ଜିଲ୍ଲା ସ୍ତରୀୟ କୃଷକ ମେଳା ଅନୁଷ୍ଠିତ

ଏହି ମେଳାରେ ରାୟଗଡା ଜିଲ୍ଲାର ବିଭିନ୍ନ ଗ୍ରାମରୁ ୩୦୦ ରୁ ଉର୍ଦ୍ଧ କୃଷକ, କୃଷିଜୀବୀ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଯୋଗ ଦେଇଥିଲେ । ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ପରିସରରେ ଏକ କୃଷି ପ୍ରଦର୍ଶନୀ ଷ୍ଟଲ କରାଯାଇଥିଲା । ଚାଷୀ ମାନେ ଷ୍ଟଲ ଵୁଲି ଦେଖିଥିଲେ ।

କେନ୍ଦ୍ର ସରକାରଙ୍କ କୃଷି ଓ କିଷାନ କଲ୍ୟାଣ ମନ୍ତ୍ରୀ ମହୋଦୟ ପ୍ରାକୃତିକ କୃଷି ପଦ୍ଧତି ସମ୍ବନ୍ଧୀୟ ଆଲୋଚନା ର ସିଧା ପ୍ରସାରଣ ଚାଷୀ ମାନଙ୍କୁ ପ୍ରୋଜେକ୍ଟ ମାଧ୍ୟମରେ ଦେଖାଇଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଵିନୋଦ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଦେଵା ସହ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

ବୈଜ୍ଞାନିକ ଅମିତ ଜ୍ୟୋତି ମାଝୀ, ହିମାଦ୍ରୀ ବାଗ, ସୁମିତ୍ରା ମହାନ୍ତି, ସ୍ବର୍ଣ୍ଣ ସାରିକା ବେହେରା, ଗୀତାଞ୍ଜଳି ଦାସ ଓ ଜଗନ୍ନାଥ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଚାଷି ମାନେ ଜୈଵିକ କୃଷି ସମ୍ବନ୍ଧରେ ଵହୁ ଉପାଦେୟ ତଥ୍ୟ ପାଇ ଆଗାମୀ ଦିନରେ ଏପରି କୃଷକ ମେଳା ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ ।