ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, ତା (୨୬/୪) : ପଞ୍ଚାୟତ ନିର୍ବାଚନ ୨୦୨୨ ପରେ ଆଜି ସ୍ଥାନୀୟ ଡି ଆର୍ ଡି ଏ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କ ଅଧ୍ୟକ୍ଷତା ରେ ପ୍ରଥମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ପଞ୍ଚାୟତ ନିର୍ବାଚନ ୨୦୨୨ ପରେ ଭବାନୀପାଟଣା ଠାରେ ଅନୁଷ୍ଠିତ ପ୍ରଥମ ଜିଲ୍ଲା ପରିଷଦ ବୈଠକରେ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀ ବସନ୍ତ ମୁଖ୍ୟତଃ ପଣ୍ଡା, ଜିଲ୍ଲାପାଳ ଡ଼. ଗାଭାଲି ପରାଗ ହର୍ଷଦ, ପି ଡି ଡି ଆର୍ ଡି ଏ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀମତୀ ସୁଧିରା ମେହେର, ବିରୋଧୀ ଦଳ ନେତା ପ୍ରତିନିଧି ଶ୍ରୀ ମନୋଜ ସାହୁ, ନର୍ଲା ବିଧାୟକ ପ୍ରତିନିଧି ଶ୍ରୀ ସୁଧିର ମହାନ୍ତି ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
ଡି ପି ଓ ଶ୍ରୀ ପ୍ରହ୍ଲାଦ ପ୍ରଧାନ ସଭା ପରିଚାଳନା ସହ ଏଜେଣ୍ଡା ଅନୁଯାୟୀ ସଂଚାଳନ କରିଥିଲେ । ପ୍ରଥମେ ପି ଡି ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସୋମେଶ ଉପାଧ୍ୟାୟ ସମସ୍ତଙ୍କୁ ସ୍ୱାଗତ କରି ଜିଲ୍ଲା ର ବିକାଶ ନିମନ୍ତେ ପ୍ରଶାସନକୁ ସହଯୋଗ ଓ ସମନ୍ୱୟ ରକ୍ଷା କରି ବିକାଶ ପ୍ରକ୍ରିୟାକୁ ତ୍ଵରାନିତ କରିବାକୁ ନିବେଦନ କରିଥିଲେ ।
ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂଦେଓ ଉପସ୍ଥିତ ସମସ୍ତ ନିର୍ବାଚିତ ପ୍ରତିନିଧି ଙ୍କୁ ସ୍ଵାଗତ କରି ଜିଲ୍ଲାର ଉନ୍ନତି ସକାଶେ ଓ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୈଠକ କୁ ଶାନ୍ତିପୂର୍ଣ୍ଣ ଭାବେ ଗଠନ ମୂଳକ ସହାୟତା କରିବାକୁ ଆହ୍ୱାନ ଦେଇଥିଲେ ଓ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥାପିତ ଦାବୀ ଓ ସମସ୍ୟା କୁ ଶୀଘ୍ର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ଆଶା କରିଥିଲେ ।
ଲୋକସଭା ସାଂସଦ ଶ୍ରୀ ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରି ଲୋକଙ୍କ ପ୍ରତିନିଧି ହିସାବରେ ନିଜ ଅଞ୍ଚଳ ର ବିକାଶକୁ ପ୍ରାଧାନ୍ୟ ଦିଅନ୍ତୁ ବୋଲି କହିଥିଲେ ଜିଲ୍ଲାପାଳ ଡ଼ ଗାଭାଲି ନିଜ ବକ୍ତଵ୍ୟରେ ସମସ୍ତଙ୍କୁ ସ୍ୱାଗତ କରି ସମସ୍ତେ ନିଜ ଅଞ୍ଚଳ ର ଉନ୍ନତି ପାଇଁ ଗଠନ ମୂଳକ ପ୍ରସ୍ତାବ ଦେବା ସଙ୍ଗେ ସଙ୍ଗେ ବଡ଼ ପ୍ରକଳ୍ପ ର ପରିକଳ୍ପନାକୁ ସାକାର କରିବା ପାଇଁ ପ୍ରଶାସନ ସଦାବେଳେ ପ୍ରସ୍ତୁତ ଅଛି ବୋଲି କହିଥିଲେ ।
ପ୍ରଥମ ବୈଠକ ରେ ମୁଖ୍ୟତଃ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ସି ଏଫ୍ ସି ଓ ଏସ ଏଫ୍ ସି ଅନୁଦାନ ଉପରେ ଆଲୋଚନା ହୋଇଥିଲା । ଜିଲ୍ଲା ପରିଷଦ ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ନିଜ ନିଜ ଅଞ୍ଚଳ ର ବିଭିନ୍ନ ସମସ୍ୟା ଉପସ୍ଥାପନ କରି ବିଭାଗୀୟ ଅଧିକାରୀଙ୍କ ଠାରୁ ଉତ୍ତର ଓ ସମାଧାନ ସକାଶେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ ।
ଆର୍ ଡବ୍ଲୁ ଏସ ଏସ, ଏସ୍ ଇ ଙ୍କ ସୂଚନା ଅନୁଯାୟୀ ଜିଲ୍ଲା ର ୬ ଟି ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲିଛି ଏବଂ ସେଥିରୁ ଥୁଆମୂଲ୍ ରାମପୁର ଓ କୋକସରା ରେ କାର୍ଯ ପାଇଁ ଟେଣ୍ଡର ଡକାଯାଇଛି । ଏହା ବ୍ୟତୀତ ଅନ୍ୟ ୭ ଟି ବ୍ଲକରେ ଘରେ ଘରେ ପାଣିର ବ୍ୟବସ୍ଥା, ୩୨୪ ଟି ସୋଲାର ପାନୀୟ ଜଳ ପଏଣ୍ଟ ର ବ୍ୟବସ୍ଥା, ଅଚଳ ନଳକୁପକୁ ମରାମତି ପାଇଁ ପ୍ରତ୍ୟେକ ବ୍ଲକରେ ନଳକୂପ ଅଭିଯୋଗ ରେଜିଷ୍ଟର, ମୋବାଇଲ ଭ୍ୟାନ ଦ୍ୱାରା ୨୪ ଘଣ୍ଟା ମଧ୍ୟରେ ଷ୍ଟାଫ୍ ଯାଇ ମରାମତି କରିବାର ବ୍ୟବସ୍ଥା ଉପରେ କହିଥିଲେ ।
ଜୟପାଟଣା, ଗୋଲାମୁଣ୍ଡା, ଲାଞ୍ଜିଗଡ ଓ ଧର୍ମଗଡ ଜିଲ୍ଲା ପରିଷଦ ସଭ୍ୟ ନିଜ ନିଜ ଅଞ୍ଚଳର ପାନୀୟ ସମସ୍ୟାକୁ ଏସ ଇ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେଭଳି କଳାହାଣ୍ଡି ଜିଲ୍ଲାରେ ୨୯୩ ଟି ହାଇସ୍କୁଲ ରହିଛି ଏବଂ ଅନେକ ସ୍କୁଲ ରେ ଶିକ୍ଷକ ଅଭାବ ରହିଛି । କିନ୍ତୁ ବର୍ତ୍ତମାନ ସରକାରଙ୍କ ଦ୍ଵାରା ଅତିଶିଘ୍ର ୬୪୯ ଟି ଶିକ୍ଷକ ପଦବୀ ପୂରଣ ହେଲେ ଅନେକ ସଭ୍ୟ ଓ ଅଧ୍ୟକ୍ଷ ଙ୍କ ଅଭିଯୋଗ ର ସମାଧାନ ହୋଇଯିବ ବୋଲି ଡି ଇ ଓ କହିଥିଲେ ।
ସେଭଳି ୧୫୦ ଟି ହାଇସ୍କୁଲ ରୁପାନ୍ତିକରଣ କାର୍ଯ ସମାପ୍ତ ହେଲେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହେବ । ଅନେକ ସଭ୍ୟ ନିଜ ଅଞ୍ଚଳର ସ୍କୁଲ ମାନଙ୍କରେ ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବ ଉପରେ କହିଥିଲେ । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଜିଲ୍ଲାରେ ବର୍ତ୍ତମାନ ୩୩୯ ଟି ଡାକ୍ତର ପଦବୀ ଆବଶ୍ୟକ ସତ୍ତ୍ୱେ କେବଳ ୧୭୨ ଟି ଅଛି ଏବଂ ୧୬୭ ଟି ଖାଲି ପଡ଼ିଛି ।
ବିଶେଷଜ୍ଞ ପଦବୀ ୧୦୭ ଜାଗାରେ କେବଳ ୩୭ ଜଣ ଓ ୭୦ ଖାଲି ପଡ଼ିଛି । ସେଭଳି ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଟେକନିସିଆନ୍ ପଦବୀ ଖାଲି ରହୁଚି ଏଣୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଅସୁବିଧା ହେଉଛି ବୋଲି ସି ଡି ଏମ ଓ ପ୍ରକାଶ କରିଥିଲେ । ଗତ ଏପ୍ରିଲ୍ ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ୧୩ ଟି ବ୍ଲକରେ ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଇ ୯୦୦୦ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା ।
ସେଭଳି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଦ୍ଵାରା ପୁଣି ଜିଲ୍ଲାରେ ଆସନ୍ତା ୨୯ ଓ ୩୦ ତାରିଖରେ ଜିଲ୍ଲା ଡାକ୍ତରଖାନା ରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା କରାଯିବ। ଅନେକ ସଭ୍ୟ ନିଜ ଅଞ୍ଚଳର ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା, ଡାକ୍ତର ଅଭାବ ଉପରେ ଅସନ୍ତୋଷ ପ୍ରକାଶ କରି ଶୀଘ୍ର ସମାଧାନ ପାଇଁ କହିଥିଲେ ।
ଏହା ଉପରେ ନିଜର ମତ ରଖି ସାଂସଦ ଶ୍ରୀ ପଣ୍ଡା ଡାକ୍ତର ମାନଙ୍କୁ ନିୟମିତ ଡେପୁଟେଶନ ରେ ଡାକ୍ତର ନ ଥିବା କେନ୍ଦ୍ରକୁ ପଠାଯାଇ ଚିକିତ୍ସା ବ୍ୟବସ୍ଥା କରାଯାଉ ବୋଲି କହିଥିଲେ । ସଭାଟିକୁ ସଫଳ ଆୟୋଜନରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ଅଧକ୍ଷ ଶ୍ରୀ ସିଂହଦେଓ ସମସ୍ତଙ୍କ ସହଯୋଗକୁ ପ୍ରଶଂସା କରି ଧନ୍ୟବାଦ୍ ଅର୍ପଣ କରିଥିଲେ ।