ଜି ଆଇ ଇ ଟି ଵିଶ୍ଵ ବିଦ୍ୟାଳୟରେ ଦିନିକିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ

0
172
ଜି ଆଇ ଇ

ରିପୋର୍ଟ : ବିରଞ୍ଚି ପ୍ରସାଦ
ଗୁଣୁପୁର, (୨୬/୪) : ଭାରତ ସରକାର ଙ୍କ ଜାତୀୟ ଗବେଷଣା ବିକାଶ ନିଗମ ସହଭାଗୀତାରେ ରେ ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ଗୁଣୁପୁର ପରିସର ଏକ ବୌଦ୍ଧିକ ସମ୍ପତ୍ତି, ଅଭିନବକରଣ ଏବଂ ଉଦ୍ୟୋଗକାରୀ ସମ୍ପର୍କରେ ଦିନିକିଆ ଜାତୀୟ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଜାତୀୟ ଗବେଷଣା ବିକାଶ ନିଗମ ର ଅଧ୍ୟକ୍ଷ ତଥା ମୁଖ୍ୟ ପରିଚାଳକ କୋମଡୋର ଅମିତ ରାସ୍ତଗି ଅଭାସି ମଧ୍ୟମରେ ନିଗମ ର କାର୍ଯ୍ୟକାରିତା ଓ ବୌଦ୍ଧିକ ସମ୍ପତ୍ତି ର ଉପଯୋଗୀତା ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ । ସମ୍ମାନୀୟ ଅତିଥି ଭାବେ ଭାରତ ସରକାରଙ୍କ ଆଈ ଆଇ ପି ଏ ର ପୁର୍ବତନ ପ୍ରାଧ୍ୟାପକ ଡ଼ଃ ସୁଜିତ ପୃସେଥ ଯୋଗଦେଇ ଶିକ୍ଷାନୁଷ୍ଠାନ ଓ ଅଭିନବକରଣ ର ସମ୍ପର୍କରେ ଆଲୋକପାତ କରିଥିଲେ । ଜି ଆଇ ଇ ଟି ଵିଶ୍ଵ ବିଦ୍ୟାଳୟ ର ଉପ ସଭାପତି ଡ଼ଃ ଚନ୍ଦ୍ର ଧ୍ୱଜ ପଣ୍ଡା ଯୋଗଦେଇ ଅଭିନବକରଣ କୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରୋତ୍ସାହିତ କରିବା ସହ ଦେଶ ର ବିକାଶ ରେ ସହଭାଗିତା ନିମନ୍ତେ ପ୍ରବର୍ତ୍ତାଇ ଥିଲେ ।

ଭାରତ ସରକାରଙ୍କ ଅଭିନବକରଣ ର ନିର୍ଦ୍ଦେଶକ ଡ଼ଃ ମୋହିତ ଗମ୍ଭୀର ଏବଂ ଆନ୍ଧ୍ର ବିଶ୍ୱ ବିଦ୍ୟାଳୟ ଅଭିନବକରଣ କେନ୍ଦ୍ର ର ମୁଖ୍ୟ ରବି ଏଶ୍ବରପୁ ଆଭାସି ମାଧ୍ୟମରେ ସମାଜ ର ଉନ୍ନତି ରେ କଳକାରଖାନା ଏବଂ ବୌଦ୍ଧିକ ସମ୍ପତ୍ତି ବିଷୟରେ କହିଥିଲେ । ଜାତୀୟ ଗବେଷଣା ବିକାଶ ନିଗମ ର ଆଞ୍ଚଳିକ ଅଧିକାରୀ ତଥା ଟି ଆଇ ଏସ ସି ର ମୁଖ୍ୟ ଡ଼ଃ ବିଜୟ କୁମାର ସାହୁ ଯୋଗ ଦେଇ ବୌଦ୍ଧିକ ସମ୍ପତ୍ତି ଏବଂ ଯୁବ ପିଡ଼ି ର ଉତ୍ତମ ଭବିଷ୍ୟତ ପାଇଁ ବିଭିନ୍ନ ଉଦାହରଣ ମଧ୍ୟମରେ ବୁଝାଇ ଥିଲେ ।

ଅନୁଷ୍ଠାନ ର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜେ ରାଓ ଅନୁଷ୍ଠାନ ଅଗ୍ରଗତି ତଥା ସଫଳତା ବିଷୟରେ କହିଥିଲେ । ଵିଶ୍ଵବିଦ୍ୟାଳୟ ର ଅଭିନବକରଣ କେନ୍ଦ୍ର ର ଅଧିକାରୀ ଡ଼ଃ ତୁଷାର କାନ୍ତ ପଣ୍ଡା ସ୍ଵାଗତ ଭାଷଣ ଦେଇଥିବା ବେଳେ ଡ଼ଃ ମନୋଜ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ର ଅଧ୍ୟାପିକ ଘନିଷ୍ଠା ପୃଷ୍ଟି ମଞ୍ଚ ପରିଚାଳନା କରିଥିଲେ । ଏହି ସମ୍ମିଳନୀରେ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।