Friday, March 29, 2024

Top 5 This Week

Related Posts

ବଲାଙ୍ଗୀର ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ (୪୨ଡିଗ୍ରୀ) : ଆଜି ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୨୬/୦୪) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଛି ସାରା ଓଡିଶା । ବଲାଙ୍ଗୀର ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିଲକ୍ଷିତ ହେଉଛି ।

ରାତି ପାହିବା ପରେ ସମୟ ବଢ଼ିବା ସହ ଦିନର ତାପମାତ୍ରା ବଢ଼ି ବଢ଼ି ଚାଲିଛି । ସକାଳ ୮ଟା ପରେ ଘରୁ ବାହାରକୁ ବାହାରିଲେ ଦେହ ମୁହଁ ପୋଡି ଯାଉଛି । ଟାଇଁ ଟାଇଁ ଖରାରେ ଶହେ ମିଟର ଯିବା ବି କଷ୍ଟକର ହୋଇପଡୁଛି । ଘରେ ବି ରହିବା ମୁସ୍କିଲ ହେଉଛି । ବଲାଙ୍ଗୀର ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଗୁଳିଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ଲାଗୁଛି । ତାତି ବଢ଼ିବା ଯୋଗୁଁ କେବଳ ମଣିଷ ନୁହେଁ ଜୀବଜନ୍ତୁ ବିି ତ୍ରାହି ଡାକିଲେଣି ।

ସ୍ଥିତିକୁ ନଜରରେ ରଖି ରାଜ୍ୟର ୪ ଜିଲ୍ଲା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦିନ ୧୧ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ପଶ୍ଚିମ ଓଡିଶାରେ କିଛି ଦିନ ପାରଦ ଟିକେ କମ୍ ରହିବା ପରେ ଏବେ ପୁଣି ରେକର୍ଡ ଭାଙ୍ଗୁଛି ।

ବିଶେଷକରି ବଲାଙ୍ଗୀର, ସୋନପୁର ଭଳି ଜିଲ୍ଲା ପ୍ରତ୍ୟକ ଦିନ ଅଲୋଡା ରେକର୍ଡ କରୁଛନ୍ତି । ସବୁଠାରୁ ଚିନ୍ତା ର ବିଷୟ ହେଉଛି ଗ୍ରୀଷ୍ମ ପ୍ରବାହ ଆଗକୁ ଏମିତି ଜାରି ରହିବ ବୋଲି ପାଣିପାଗ ବିଭାଗ ର ଆକଳନ ।

Popular Articles