Advertisements
Tuesday, June 2, 2020
Home Education & Literacy ଜିଲ୍ଲା ସ୍ତରୀୟ ୮୪ତମ ଓଡିଶା ଦିବସ ପାଳିତ

ଜିଲ୍ଲା ସ୍ତରୀୟ ୮୪ତମ ଓଡିଶା ଦିବସ ପାଳିତ

ରାୟଗଡା(ଗୋପୀନାଥ ଗୌଡ଼): ରାୟଗଡା ଜିଲ୍ଲା ସ୍ତରୀୟ ଓଡିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି | ଏହି ଦିବସର ଶୁଭଅବସରରେ ରାୟଗଡା ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ରାୟଗଡା ସ୍ଥିତ ମହାତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନରେ ଉତ୍କଳର ବରପୁତ୍ର ମାନଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରିବାସହ ନିଜର ବକ୍ତବ୍ୟରେ ମାତୃ ଭାଷାର ସୁରକ୍ଷା ଉପରେ ଅଧିକ ଗୁରୁତ୍ୱାରୋପ କରିଥିଲେ |

ଓଡ଼ିଆ ଭାଷାର ଭାବକୁ ସମସ୍ତ ନୂତନ ପିଢିଙ୍କ ପାଖରେ ପହଞ୍ଚାଇ ଭାଷାର ସମୃଦ୍ଧି କରିବାପାଇଁ ସମସ୍ତଙ୍କ ପ୍ରଚେଷ୍ଟାର ଆବଶ୍ୟକ ରହିଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଶ୍ରୀ ପ୍ରଦୀପ କୁମାର ଦାସ ଯୋଗଦେଇ ସ୍ୱାଭିମାନୀ ଓଡ଼ିଆଙ୍କ ଜୀବନୀ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ବିଷୟରେ ଆଲୋକପାତ କରିଥିଲେ | ଏହା ପୂର୍ବରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରତ୍ୟୁଷରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ବଜାଯାଇ ନଗର ପରିକ୍ରମା କରଯାଇଥିଲା | ସକାଳ ୭ ଘଟିକା ସମୟରେ ସ୍ଥାନୀୟ ଗଜପତି ଛକରେ ଅବସ୍ଥାପିତ ଗଜପତି କୃଷ୍ଣଚନ୍ଦ୍ର ଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା |

ଏଥିରେ ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଅଚ୍ୟୁତାନନ୍ଦ ଶତପଥି, ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ, ଜିଲ୍ଲା କ୍ରୀଡା ଅଧିକାରୀ ଜନାକ ଶେଖ ଅଲନୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ବରିଷ୍ଠ ନାଗରିକ ଗୋପୀନାଥ ସାହୁ, ଆଇନଜୀବି କେଦାରନାଥ ପଣ୍ଡା, ବରିଷ୍ଠ ସାମ୍ବାଦିକ ଶ୍ରୀ ନୃସିଂହନାଥ ପାଢ଼ୀ ବରିଷ୍ଠ ନାଗରିକ ସଙ୍ଘର ସଭାପତି ଶ୍ରୀ ବିନୋଦ ପଣ୍ଡା, ସୁରେନ୍ଦ୍ର ସାହୁ, ବରିଷ୍ଠ ନାଗରିକ ସଭାର ଉପସଭାପତି ସତ୍ୟଜିତ ପତି, ଜିଲ୍ଲା ସଂସ୍କୃତପରିଷଦର ସମ୍ପାଦକ ତଥା ଶିକ୍ଷାବିତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି, ଜୟରାମ ଜେନା ପ୍ରମୁଖ ଯୋଗଦାନ କରି ମାଲ୍ୟାର୍ପଣ କରିବାସହ ଶୋଭାଯାତ୍ରାର ସହର ପରିକ୍ରମା କରିଥିଲେ |

ଏହି ଅବସରରେ ସ୍ଥାନୀୟ ମହାତ୍ମା ଗାନ୍ଧୀ ପାର୍କରେ ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ କର୍ମଚାରୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଟି ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା | ସଙ୍ଗୀତ ଗୁରୂ ପ୍ରଶାନ୍ତ ନାୟକ ସଂଯୋଜନା କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: