Advertisements

ବେଧଡକ ଚାଲିଛି ବେଆଇନ ଗୋରୁ ଚାଲାଣ

ଲମତାପୁଟ(କପିଳେନ୍ଦ୍ରଦେବ ସାମନ୍ତରାୟ): ଜୟପୁର ,ବୈପାରିଗୁଡା, ଲମତାପୁଟ ନନ୍ଦପୁର ଅଞ୍ଚଳରେ ବେଧଡକ ଚାଲିଛି ବେଆଇନ ଗୋରୁ ଚାଲାଣ ।

ସୋମବାର ଦରାଗୁଡା ମଙ୍ଗଳବାର ଜୟପୁର ବାଲିଗାଁ ଏହି ସବୁ ଅଞ୍ଚଳର ସାପ୍ତାହିକ ହାଟରୁ ଏହି ଦିନ ମାନଙ୍କରେ ଶହ ଶହ ବେଆଇନ ଭାବେ ଗୋରୁ ବୈପାରିଗୁଡା ଜୟପୁରରୁ ଆନ୍ଧ୍ରକୁ ସଂଯୋଗ ହୋଇଥିବା ଜାତୀୟ ରାଜପଥ ଉପରେ ଚଲାଇ ଚଲାଇ ନେଉଥିବାର ଦେଖିବାକୁ ମିଳିଛି । ଏହା ଯୋଗୁଁ ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଦେଖାଯାଉଛି । ଯୋଉ ଲୋକ ମାନେ ଗାଇ ଗୁଡିକୁ ଚଲାଇ ଚଲାଇ ନେଉଛନ୍ତି ସେମାନଙ୍କୁ ୨୫୦୦ ରୁ ୨୦୦୦ଟଙ୍କା ପର୍ଯ୍ୟନ୍ତ ଦେଉଛନ୍ତି । ଗୋରୁ ଗୁଡ଼ିକ ଏହି ସ୍ଥାନରୁ ଅନ୍ୟ ରାଜ୍ୟ ଗୁଡ଼ିକ ଚାଲାଣ କରାଯାଉଛି ହେଲେ ଦେଖିବାକୁ ବାକି ରହିଲା ପ୍ରସାସନ କେବେ ଏହି ବେଆଇନ ଭାବେ ଗୋରୁ ଚାଲାଣ କରୁଥିବା ଦଲାଲ୍ ମାନଙ୍କୁ ଦଣ୍ଡ ଦେଉଛି ।

Advertisements

Comments are closed.