Related Contents

ବୁରୁଝୁରୀରେ ଚାଞ୍ଚଲ୍ୟ, ଘର ଭିତରେ ମହିଳାଙ୍କୁ ନିର୍ମମ ହତ୍ୟା

ଗଂଜାମ (ଜଗନ କୁମାର ସେଠି): ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ବୁରୁଝରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି | ସେହି ଗ୍ରାମର ବିଜୟ ଲକ୍ଷ୍ମୀ ନାୟକ ନାମକ ମହିଳାଙ୍କ ହତ୍ୟା ହୋଇଛି |

ନିଜ ଘରେ ଭିତରେ ଏହି ଘଟଣା ଘଟିଛି | ମହିଳାଙ୍କ ମୁଣ୍ଡ ଓ ଦେହରେ ଗୁରୁତର ଆଘାତ ଲାଗିଛି | ପ୍ରଚୁର ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି | ସମ୍ଭବତଃ କେହି ଅସାଧ୍ୟ ବ୍ୟକ୍ତି କିଛି ଉଦେଶ୍ୟରେ ଏହି ଘଟଣା ଘଟାଇଥିବା ଅନୁମାନ କରାଯାଉଛି | ଖବର ପାଇ ବେଗୁନିଆପଡା ଫାଣ୍ଡି ଓ କୋଦଳା ପୋଲିସ ଟିମ ପହଞ୍ଚି ଘଟଣା ସମ୍ବଦ୍ଧରେ ତଦନ୍ତ ଜାରି ରଖିଛି | ମୃତ୍ୟୁ ମହିଳାଙ୍କ ସ୍ୱାମୀ ବିଶ୍ୱନାଥ ନାୟକ ବିଦେଶରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ ନିଜ ଘରେ ରହି ପାଠ ପଢୁଛନ୍ତି | ଏହି ଭଳି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି |

Comments are closed.