ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

0
236
ବିଶ୍ୱ ମ୍ୟାଲେରିଆ ଦିବସ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୫/୦୪) : ବୌଦ୍ଧ ଜିଲ୍ଲା ସଦର ଚରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଚରଦା ଠାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇ ଯାଇଛି l WhatsApp Image 2022 04 25 at 9.20.43 PM ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଏହି ଦିବସ ପାଳନ ଉପଲକ୍ଷେ ଚରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ବିଶ୍ୱ ମ୍ୟାଲେରିଆ ଦିବସ ର ସଚେତନତା ପାଇଁ ଏକ ପଦଯାତ୍ରା ଅନୁଷ୍ଠିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଟି ମକୁନ୍ଦପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଅନୁପମା ସାହୁ ଙ୍କ ତତ୍ୱାବଧାନରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ସୁଜାତାରାଣୀ ଭୋକ୍ତା, ଆଶା ଦିଦି ଶ୍ରୀମତୀ ସୁଦେଷ୍ନା ନାଏକ, ଅଙ୍ଗନବାଡି କର୍ମୀ ଶ୍ରୀମତୀ ଭାଗ୍ୟବତୀ ରାଉତଙ୍କ ଦ୍ୱାରା ସଂଗଠିତ କରାଯାଇଥିଲା l

ଏହି ପଦଯାତ୍ରା ପରେ ଚରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା l ଏଥିରେ ଚରଦା ଗ୍ରାମ ର ଗ୍ରାମବାସୀ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଆଦି ଉପସ୍ଥିତ ଥିଲେ l

ଏହି କାର୍ଯ୍ୟକ୍ରମ ଗୁଡିକର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗ୍ରାମବାସୀ ମାନଙ୍କୁ ମ୍ୟାଲେରିଆ ରୋଗର କାରଣ, ଏହାର ଲକ୍ଷଣ, ଚିକତ୍ସା ଏବଂ ନିରାକରଣ ଏବଂ କିପରି ବିଭିନ୍ନ ଅଭିନଵ ପନ୍ଥା ଅନୁସରଣ କରି ମ୍ୟାଲେରିଆ ପ୍ରକୋପ କମାଇବା ଓ ଜୀବନ ରକ୍ଷା କରିବା ସେ ବିଷୟରେ ଅବଗତ କରାଯାଇଥିଲା l