ଢେଙ୍କାନାଳରେ ଏବିଭିପି ପକ୍ଷରୁ ଉତ୍କଳ ଦିବସ ପାଳିତ

ଢେଙ୍କାନାଳ(ଓଡିଶା ନ୍ୟୁଜ୨୪): ଢେଙ୍କାନାଳ ଏବିଭିପି ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଛି | ସ୍ଥାନୀୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପ ମାଲ୍ୟ ପ୍ରଦାନ ଓ ନାରାବାଜି କରାଯଇଥିଲା |

ଓଡିଶା ଏବିଭିପିର ରାଜ୍ୟ ସମ୍ପାଦକ ଶ୍ରୀମାନ୍ ଶଶିକାନ୍ତ ମିଶ୍ର ଓଡିଶାର ଗର୍ବ ଗୌରବ ଗାଥା ଆଲୋଚନା କରିଥିଲେ | ଉତ୍କଳର ଗାଥାକୁ ଆହୁରି ଆଗକୁ ନେବା ପାଇଁ ଛାତ୍ର ମାନେ ସପଥ ନେଇଥିଲେ | ଜିଲ୍ଲା ସଂଯୋଜକ ବି ସୂର୍ୟ ରୋଶନ ଉତ୍କଳର ଉନ୍ନତିରେ ଛାତ୍ର ମାନଙ୍କ ଗୁରୁତ୍ଵ ଓ ଦାୟିତ୍ୱ ଉପରେ ବକ୍ତବ୍ୟ ରଖିଥିଲେ | ନଗର୍ ସମ୍ପାଦକ ଅରିଜିତ ପଟ୍ଟନାୟକ ଧନ୍ୟବଦ୍ ଅର୍ପଣ କରି କହିଥିଲେ ଛାତ୍ର ସାମାଜ ହାତରେ ହେଇଁ ଓଡିଶାର ଉନ୍ନତି, ଆମେମାନେ ଆଗେଇଲେ ଉତ୍କଳ ଆଗେଇବ | ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସାସ୍ୱତୀ ପଣ୍ଡା, ସିଦ୍ଧାର୍ଥ ଜେନା, ଅରୁ କୁମାର ସାହୁ, ନଗର୍ ସହ ସମ୍ପାଦକ ଅଭିନବ ବେହେରା, ଛାତ୍ରୀ ନେତ୍ରୀ ସୁଶ୍ରୀ ସୋନାଲି, ଛାତ୍ର ନେତା ଅମୃତ ଅଭିଷେକ ଦାସ, ଶିବ ସୁନ୍ଦର୍ ସେଠି ପୃଥ୍ଵୀରାଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ |

Comments are closed.