Advertisements
Tuesday, June 2, 2020
Home Business & Private ପାକ୍ଷିକ ପତ୍ରିକା ଉତ୍କଳ ଦର୍ପଣର ସ୍ଵନକ୍ଷତ୍ର ଦିବସ ପାଳିତ

ପାକ୍ଷିକ ପତ୍ରିକା ଉତ୍କଳ ଦର୍ପଣର ସ୍ଵନକ୍ଷତ୍ର ଦିବସ ପାଳିତ

ଜୟପୁର (ସୌମ୍ୟରଂଜନ ସାହୁ): ପବିତ୍ର ଉତ୍କଳ ଦିବସର ସୁଅବସରରେ ପାକ୍ଷିକ-ପତ୍ରିକା ଉତ୍କଳ ଦର୍ପଣର ସ୍ବନକ୍ଷତ୍ର ଦିବସ ସ୍ଥାନୀୟ ସରୋଜିନୀ ଭବନ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଅଛି ।

ପତ୍ରିକାର ସଂପାଦକ ମନୋରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ପଣ୍ଡିତ ଗୀତା ପ୍ରକାଶ ଚନ୍ଦ୍ର ମିଶ୍ର, ମୂଖ୍ୟ ବକ୍ତା ଭାବେ ଖ୍ରୀପୂ:୪୨୫ମସିହାରେ ଚାଣକ୍ୟଙ୍କ ଦ୍ବାରା ଛଂଚାଣ, ଚିଲ ଓ ପାରାଙ୍କ ଦ୍ବାରା କିପରି ସମ୍ବାଦ ପ୍ରେରଣ ହେଉଥିଲା ଠାରୁ ଆରମ୍ଭ କରି ବର୍ତ୍ତମାନର ଇ-ମିଡିଆ ଓ ସାଇବର ମିଡିଆ ଉପରେ ପ୍ରାଂଜଳ ଭାବେ ଆଲୋକପାତ କରିଥିଲେ । ବର୍ତ୍ତମାନ, ଖବର କାଗଜ ହିଁ ସମାଜରେ ବୈପ୍ଳବାତ୍ମକ ପରିବର୍ତନ ଆଣିପାରିବ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ । ଏହି ସଭାରେ ବିଶିଷ୍ଟ ଆଇନଜୀବି ବିରେଶ ପଟ୍ଟନାୟକ, ମୂଖ୍ୟ ଅତିଥି, କ୍ଷୁଦ୍ରସଂବାଦ ପତ୍ରର ରାଜ୍ୟସ୍ତରିୟ ସଂଗଠନର ସଂପାଦକ ବିନୋଦ ମହାପାତ୍ର, ବରିଷ୍ଠ ବୟୋଜୈଷ୍ଠ ସାମ୍ବାଦିକ ପ୍ରଭୂଦାନଭତ୍ରା-ସମାଜ ଗଠନରେ କ୍ଷୁଦ୍ର ସଂବାଦ ପତ୍ରର ବଳିଷ୍ଠ ଭୂମିକା ଉପରେ ସ୍ବମତ ପ୍ରଦାନ କରିଥିଲେ । କ୍ଷୁଦ୍ର ସଂବାଦ ପତ୍ର ବଂଚି ରହିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସବିଶେଷରେ କୃଷ୍ନଚନ୍ଦ୍ର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: