Friday, March 29, 2024

Top 5 This Week

Related Posts

ସତ୍ୟସାଇ ସେବା ସମିତି ଓ ମୋଟର ଚାଳକ ସଂଘର ସହଭାଗିତାରେ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା

ରିପୋର୍ଟ : ବିରଞ୍ଚି ପ୍ରସାଦ
ଗୁଣୁପୁର, (୨୫/୦୪) : ଆଜି ଗୁଣପୁର ନୂତନ ବସଷ୍ଟାଣ୍ଡ ପରି ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ସର୍ବସାଧାରଣ, ପଥଚାରୀ ଓ ଵସକୁ ଅପେକ୍ଷା କରୁଥିବା ଲୋକଙ୍କ ତୃଷା ନିଵାରଣ ପାଇଁ ସତ୍ୟସାଇ ସେବା ସମିତି ଓ ଗୁଣପୁର ମୋଟର ଚାଳକ ସଂଘର ମିଳିତ ସହଯୋଗରେ ” ଶ୍ରୀ ସତ୍ୟସାଇ ନୀର୍ମଳ ଝର ” ନାମକ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ ହୋଇଛି ।dd62e276 2176 4bbe 9985 acb44c5c7738 ସତ୍ୟସାଇ ସେବା ସମିତି ଓ ମୋଟର ଚାଳକ ସଂଘର ସହଭାଗିତାରେ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା

ବସଷ୍ଟାଣ୍ଡ ପରି ଏକ ଜନବହୁଳ ସ୍ଥାନରେ ପିଇବା ପାଣି ମୁନ୍ଦିଏର ବ୍ୟବସ୍ଥା ନଥିବାରୁ ଏହି ପ୍ରଚଣ୍ଡ ଖରାରେ ଲୋକେ ହନ୍ତସନ୍ତ ହେଉଥିଲେ । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଗୁଣପୁର ସତ୍ୟସାଇ ସେବା ସମିତିର ସଭ୍ୟମାନେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିବାକୁ ଚିନ୍ତା କରିଥିଲେ । ଗୁଣପୁର ମୋଟର ଚାଳକ ସଂଘ ଓ ସତ୍ୟସାଇ ସେବା ସମିତି ମିଳିତଭାବେ ଆଜି ଏହି ପାନୀୟ ଜଳ ପ୍ରକଳ୍ପକୁ ଜନସାଧାରଣଙ୍କ ପାଇଁ ଲୋକାର୍ପିତ କରିଛନ୍ତି ।e5ddbb71 cc3f 49f2 b150 8a637d4b49d6 ସତ୍ୟସାଇ ସେବା ସମିତି ଓ ମୋଟର ଚାଳକ ସଂଘର ସହଭାଗିତାରେ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା

ପବିତ୍ର ଵେଦ ଧ୍ଵନି ଉଚ୍ଚାରଣ ପୂର୍ଵକ ଦିଵ୍ୟ ବାତାବରଣ ମଧ୍ୟରେ ଗୁଣପୁର ଉପଜିଲ୍ଲାପାଳ ଜେ.ସୋନାଲ ଫିତା କାଟି ଏହି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ମୋଟର ଚାଳକ ସଂଘ , ସତ୍ୟ ସାଇ ସେବା ସମିତିର ଵହୁ ପୁରୁଷ ଓ ମହିଳା କର୍ମକର୍ତ୍ତା ସହ ସ୍ଥାନୀୟ ଲୋକେ ଉପସ୍ଥିତ ରହି ସହଯୋଗ କରିଥିଲେ ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଜନସାଧାରଣଙ୍କ ପାଇଁ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରିଥିବାରୁ ସତ୍ୟ ସାଇ ସଙ୍ଗଠନ ର ଏହି ମହତ ପ୍ରୟାସକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି । ଆଗକୁ ମଧ୍ୟ ସତ୍ୟ ସାଇ ସେବା ସମିତି ତରଫରୁ ଏପରି ଜନହିତକର କାର୍ଯ୍ୟ ଜାରି ରହିଵ ବୋଲି ସେବା ସମିତିର ଆବାହକ ଵି .ଶିବ ଦୂର୍ଗାୟା ସୂଚନା ଦେଇଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles