ଟେଙ୍କର ଗ୍ରାମରେ ବିଶ୍ବ ମ୍ୟାଲେରିଆ ଦିବସ ପାଳିତ

0
239
ଟେଙ୍କର

ରିପୋର୍ଟ : ରବି ଶଙ୍କର ମହାପାତ୍ର //
କୋରାପୁଟ, (୨୫/୪) : କୋରାପୁଟ ଜିଲ୍ଲା ର ବୋରିଗୁମ୍ମା ବ୍ଳକ ଟେଙ୍କର ଗ୍ରାମରେ ଆଜି ବିଶ୍ବ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି ।

ଆଜି ବିଶ୍ବ ମ୍ୟାଲେରିଆ ଦିବସ ଉପଲକ୍ଷେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ସ୍ବାସ୍ଥ୍ୟ କର୍ମୀ ଦେବରାଜ ଷଡଙ୍ଗୀ ଟେଙ୍କର ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ମ୍ୟାଲେରିଆ ସମ୍ପର୍କରେ ସଚେତନ କରିଥିଲେ ।248c81a4 00c9 4d05 8e32 a48db7d43e97 ଟେଙ୍କର ଗ୍ରାମରେ ବିଶ୍ବ ମ୍ୟାଲେରିଆ ଦିବସ ପାଳିତ

ଅଭିନବ ପନ୍ଥା ଅବଲମ୍ବନ କରି ମ୍ୟାଲେରିଆ ପ୍ରକୋପରୁ ନିଜକୁ ରକ୍ଷା କରିବା ପାଇଁ, ବିଶେଷ କରି ମଶାରି ବ୍ୟବହାର କରିବା ପାଇଁ ସ୍ବାସ୍ଥ୍ୟ କର୍ମୀ ଦେବରାଜ ଷଡଙ୍ଗୀ ପରାମର୍ଶ ଦେଇ ଥିଲେ । ଟେଙ୍କରଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ତଥା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ମହିଳା ସ୍ବାସ୍ଥ୍ୟ କର୍ମୀ ଟି.ଆର୍. ଲକ୍ଷ୍ମୀ, ତଥା ଆଶା କର୍ମୀ ମାନେ ସହଯୋଗ କରିଥିବା ଜଣା ପଡିଛି ।