ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

0
190
ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୫/୦୪) : ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ଜିଲ୍ଲା ପ୍ରଶିକ୍ଷଣ କକ୍ଷରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଛି । ଏଥିରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଭୟ କୁମାର ଦାସ ଓ ବିଭିନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ, ପରାମର୍ଶ ଦାତା, ପ୍ରଭାନ୍ଧକ ଏବଂ ଆଶା କର୍ମୀ ମାନେ ଉପସ୍ଥିତ ଥିଲେ ।WhatsApp Image 2022 04 25 at 12.37.34 PM ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଭୟ କୁମାର ଦାସ ବୌଦ୍ଧ ଜିଲ୍ଲାକୁ ମାଲେରିଆ ମୁକ୍ତ କରିବା ପାଇଁ ବିଭିନ୍ୟ କାର୍ଯ୍ୟକ୍ରମ ବିଷୟରେ ଏବଂ ଜନ ସଚେତନତା ଉପରେ ଉଦବୋଧନ ଦେଇଥିଲେ । ମ୍ୟାଲେରିଆ ପରାମର୍ଶ ଦାତା ସ୍ୱାତୀ କୁମାରୀ ବୌଦ୍ଧ ଜିଲ୍ଲା ମ୍ୟାଲେରିଆ ପରିସ୍ଥିତି ଏବଂ ମ୍ୟାଲେରିଆ ନିରାକରଣ ପାଇଁ ଚାଲୁଥିବା କାର୍ଯ୍ୟକ୍ରମ, ଦମନ, କୀଟନାଶକ ସିଞ୍ଚନ, ଦୀର୍ଘସ୍ଥାଇ କୀଟନାଶକ ଉପଚାରିତ ମଶାରୀ ଏବଂ ଜନ ସଚେତନତା ଉପରେ ଆଲୋକପାତ କରିଥିଲେ ।

ବିଗତ ୫ ବର୍ଷ ମଧ୍ୟରେ ବୌଦ୍ଧ ଜିଲ୍ଲାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା କମିଛି । ୫ ବର୍ଷ ପୂର୍ବେ ୧୦୦୦ ଜଣଙ୍କ ମଧ୍ୟରୁ ୦୫ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଉଥିବା ବେଳେ ବର୍ତ୍ତମାନ ତାହା କମି ୦୧ କୁ ଆସିଛି । ମ୍ୟାଲେରିଆ ଚିହ୍ନଟ ଏବଂ ଚିକତ୍ସା ପାଇଁ ପ୍ରତ୍ୟକ ଆଶା ଦିଦିଙ୍କ ପାଖରେ ଆର. ଡି. ଟି. କୀଟ ଏବଂ ମ୍ୟାଲେରିଆ ବଟିକା ଉପଲବ୍ଧ ରହିଛି ଯାହା ଦ୍ୱାରା ଗ୍ରାମାଞ୍ଚଳରେ ଲୋକମାନେ ମ୍ୟାଲେରିଆ ଚିକିତ୍ସା ଅତି ସହଜରେ ପାଇପାରୁଛନ୍ତି ।

ଆସନ୍ତା ସମୟରେ ବିଭିନ୍ନ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ସହିତ ଅନ୍ୟ ବିଭାଗ ର ପାରସ୍ପରିକ ସହଯୋଗ ଦ୍ୱାରା ଜିଲ୍ଲାରୁ ମ୍ୟାଲେରିଆ ର ମୂଳୋତ୍ପାଟନ କରିବା ପାଇଁ ସଂକଳ୍ପ ନିଆଯାଇଛି ।