Related Contents

୭୨ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ

ବିନିକା(ଧ୍ରୁବରାଜ ମିଶ୍ର): ବିନିକା ସୋନପୁର ରାସ୍ତାରେ ବିଦେଶୀ ମଦ ଏକ ବାଇକ ଯୋଗେ ଚାଲାଣ ହେଉଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ପେଟ୍ରୋଲିଙ୍ଗ ବ୍ୟବସ୍ଥା କୁ କଡାକଡି କରାଯାଇଥିଲା |

ଘଟଣାରୁ ପ୍ରକାଶ ଯେ ଝାରଖଣ୍ଡ ରାଜ୍ୟ ଲତେହାର ଜିଲ୍ଲାର ବରବାଡି ଗ୍ରାମର ରୋଶନ କୁମାର (୨୨)ବାଇକ ନମ୍ବର ଓଡି ୦୩ ଏଜ ୯୫୪୮ଯୋଗେ କିଙ୍ଗଫିଶର କ୍ୟାନ ବେନ ୫୦୦ ଏମ ଏଲ ୩ ଟି ପେଟି ଅର୍ଥାତ ୭୨ ବିଦେଶୀ ମଦ ବୋତଲ ଜବତ ହୋଇଥିଲା | ପେଟର୍ଲିଙ୍ଗ ପୋଲିସ ବିନିକା ପାପକ୍ଷୟ ଗେଟ ନିକଟରେ ଉକ୍ତ ବାଇକକୁ ଅଟକାଇ ଥିଲା | ପରେ ଯାଞ୍ଚ କରିବାରୁ ତା ମଧ୍ୟରୁ ବିଦେଶୀ ମଦ ବାହାରିଥିଲା | ଉକ୍ତ ବାଇକ ଆରୋହୀ ସହ ମଦ ଜବତ କରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି | ଏ ବାବଦରେ ଏକ ମାମଲା ରୁଜୁ କରି ଗିରଫ ରୋଶନକୁ ବିଚାରବିଭାଗୀୟ ଅଦାଲତକୁ ପଠାଯାଇଛି | ପରେ ଜାମିନ ନାମଞ୍ଜୁର ହେବାରୁ ତାକୁ ସୋନପୁର ଜେଲକୁ ପଠାଯାଇଛି |

Comments are closed.