ମାକ୍ରନ୍‌ ଫ୍ରାନ୍ସ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ

0
145
ମାକ୍ରନ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଫ୍ରାନ୍ସ, (୨୫/୦୪) : ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫ୍ରେଞ୍ଚ୍ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ସେ ଫର-ରାଇଟ୍ ନେତ୍ରୀ ମାରିନ ଲେ ପେନଙ୍କୁ ହରାଇଛନ୍ତି ।

ମାକ୍ରନ୍‌ ୫୮ ପ୍ରତିଶତରୁ ଅଧିକ ଭୋଟ ପାଇଥିବା ବେଳେ ଲେ ପେନ୍ ୪୨ ପ୍ରତିଶତରୁ କମ୍ ଭୋଟ ପାଇଥିବା ଫ୍ରାନ୍ସ ଗଣମାଧ୍ୟମରୁ ସୂଚନା ମିଳିଛି । ୨୦୧୭ ନିର୍ବାଚନରେ ଏହି ଦୁଇ ପ୍ରତିଦ୍ୱନ୍ଦୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ ଏବଂ ଫଳ ସମାନ ଥିଲା । କିନ୍ତୁ ଚଳିତ ନିର୍ବାଚନ ଅପେକ୍ଷ ଗତ ନିର୍ବାଚନରେ ୬୬ ପ୍ରତିଶତ ଭୋଟ ପାଇଥିଲେ ।

୪୪ ବର୍ଷିୟ ରାଷ୍ଟ୍ରପତି ମାକ୍ରନ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି, ଯିଏ ୨୦୦୨ ପରେ ଲଗାତାର ଦ୍ୱତୀୟ ଥର ପାଇଁ ବିଜୟୀ ହୋଇଛନ୍ତି । ହାରିବା ପରେ ଲେ ପେନ ପ୍ରତିପକ୍ଷଙ୍କୁ ଟାର୍ଗେଟ କରି କହିଛନ୍ତି, ବିଜୟୀ ନେତାଙ୍କ ସହ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଅତି ଘନିଷ୍ଠ ସମ୍ପର୍କ ରହିଛି । ସେ ଫ୍ରାନ୍ସ ସରକାରକୁ ଆମେରିକା ର ଡୋଲାଡ ଟ୍ରମ୍ପ ଏବଂ ବ୍ରିଟେନ ର ବ୍ରେକ୍ସିଟ୍ ସରକାର ସହ ତୁଳନା କରିଛନ୍ତି ।