ହୃଦୟନାଥ ମଙ୍ଗେଶକର ହସ୍ପିଟାଲ୍‌ରେ ଭର୍ତ୍ତି : ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

0
149
ହୃଦୟନାଥ ମଙ୍ଗେଶକର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୨୫/୦୪) : ସ୍ୱର୍ଗତ ଲତା ମଙ୍ଗେସକରଙ୍କ ଭାଇ ହୃଦୟନାଥ ମଙ୍ଗେଶକର ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସୁଛି । ଏ ନେଇ ତାଙ୍କ ପୁଅ ଗାୟକ ଆଦିନଥ ମଙ୍ଗେଶକର ରବିବାର ଏ ବିଷୟରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି କି ସେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି । ଆଠରୁ ଦଶ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହେବେ । ହେଲେ ତାଙ୍କ ବାପା ହୃଦୟନାଥ ମଙ୍ଗେଶକର କାହିଁକି ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ସେ ନେଇ କିଛି ଜଣାଇ ନାହାଁନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ‘ଲତା ଦିନନାଥ ମଙ୍ଗେଶକର ପୁରସ୍କାର‘ ର ଉଦଘାଟନୀ ଉତ୍ସବରେ ଆଦିନାଥ ଏହି ସମାବେଶକୁ ସମ୍ବୋଧିତ କରି କହିଥିଲେ ଯେ ତାଙ୍କ ପିତା ହିଁ ସବୁବେଳେ ସ୍ୱାଗତ ସମ୍ବୋଧନ ଭାଷଣ ଦଅନ୍ତି । କିନ୍ତୁ ଚଳିତ ବର୍ଷ ସେ ତାହା କରିପାରି ନଥିଲେ । କାରଣ ବର୍ତ୍ତମାନ ସେ ଡାକ୍ତରଖାନାରେ ଅଛନ୍ତି ।

ଏହା ବ୍ୟତୀତ ସେ କହିଛନ୍ତି କି ସେ ଆସନ୍ତା ୮ ରୁ ୧୦ ଦିନ ମଧ୍ୟରେ ସେ ଘରକୁ ଫେରିବେ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ସହ ସୁସ୍ଥ ଅଛନ୍ତି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ପାଇଁ ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି ।