ଦେଶର କୃଷକଙ୍କ ପାଇଁ ଆଜିଠୁ ୟୋଜିତ ହେବ ବିଶେଷ କାର୍ଯ୍ୟକ୍ରମ ‘କିଷାନ ଭାଗୀଦାରୀ, ପ୍ରାଥମିକତା ହମାରି’

0
138
ଦେଶର କୃଷକଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୫/୦୪) : ଦେଶର କୃଷକଙ୍କ ପାଇଁ ଆଜିଠୁ ୫ ଦିନ ଯାଏଁ ଆୟୋଜିତ ହେବ ବିଶେଷ କାର୍ଯ୍ୟକ୍ରମ ‘କିଷାନ ଭାଗୀଦାରୀ, ପ୍ରାଥମିକତା ହମାରି’ ।

କୃଷକଙ୍କ ପାଇଁ ଏଭଳି କାର୍ଯ୍ୟକ୍ରମ ର ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଦେଶର କୃଷକଙ୍କ ପାଇଁ ସମସ୍ତ ୭୨୦ କୃଷି ବିଜ୍ଞାନ କେନ୍ଦ୍ରରେ ଏହି ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଭଳି କାର୍ଯ୍ୟକ୍ରମ ଆଜାଦୀ କି ଅମୃତ ମହୋତ୍ସବ ର ଏକ ଅଂଶ ବିଶେଷ । କେନ୍ଦ୍ର କୃଷି ମନ୍ତ୍ରୀ ଦେଶବ୍ୟାପୀ ଏହି କର୍ମଶାଳା ର ଶୁଭାରମ୍ଭ କରିବେ ।

ଏଥିରେ ୭୫ ଜଣ ମନୋନୀତ କୃଷକ ଏବଂ ଉଦ୍ୟୋଗୀ ମାନଙ୍କୁ ନେଇ ଏକ ରାଷ୍ଟ୍ରୀୟ ଆତ୍ମନିର୍ଭର ଭାରତ ସମ୍ମିଳନୀ ଆୟୋଜନ କରାଯିବ । ଅଭିଯାନରେ ୧ କୋଟି ରୁ ଅଧିକ କୃଷକ ଏବଂ ହିତାଧିକାରୀ ଅଂଶଗ୍ରହଣ କରିବେ ବୋଲି ଜଣା ପଡ଼ିଛି ।