ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ର ଦ୍ୱିତୀୟ ଦିବସରେ ଜିଲ୍ଲା ମୁଖରିତ

0
200
ବୌଦ୍ଧ ପଲ୍ଲିଶ୍ରୀ ଓ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୪/୪) : ଶ୍ରୀରାମ ଲୀଳା ଯାତ୍ରା ଉପଲକ୍ଷେ ଅନୁଷ୍ଠିତ ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ର ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ, ସମ୍ମାନୀତ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ବୌଦ୍ଧ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ହରଭଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, କଣ୍ଟାମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା, ବି. ଡି. ଓ. ସସ୍ମିତା ସେନାପତି, ବୌଦ୍ଧ ବି. ଡି. ଓ. ଦେବୀ ପ୍ରସାଦ ଦାଶ, କଣ୍ଟାମାଲ ସଭାପତି କଳାକୃଷ୍ଣ ପ୍ରଧାନ, ବୌଦ୍ଧ ଜ଼ିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିଲେ l

ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ର ଦ୍ୱିତୀୟ ଦିବସରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ l ସନ୍ଧ୍ୟା ୬ ଘଟିକା ସମୟରେ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ, ପଳାସପାଟ, ପତର ସଉରା, ଖୁଣ୍ଟିଆ ପଡା, ଓଡିଶୀ ସମ୍ପ୍ରଦା ସଂକୀର୍ତ୍ତନ, ଗୋବିନ୍ଦପୂର ଏବଂ ଶ୍ରୀରାମ ଲୀଳା ନାଟ୍ୟ ସଂସଦ, ବାମଣ୍ଡା, ବୌଦ୍ଧ -ରାମଲୀଳା, ପ୍ରଣାମ, ବୌଦ୍ଧ -ଓଡିଶୀ, ଜଗନ୍ନାଥ କଳାକେନ୍ଦ୍ର, ନବରଙ୍ଗପୁର (ଆଦିବାସୀ ବେଣ୍ଟ ନୃତ୍ୟ) ପରିବେଷଣ କରିଥିଲେ l

ସଭା ପରେ ପରେ ସମ୍ମିଳନୀରେ ହାସ୍ୟ କବି ପ୍ରିୟବ୍ରତ ପଣ୍ଡା, ଶ୍ରୀଯୁକ୍ତ ସତ୍ୟାନାଶ, ଶାନ୍ତନୁ ପାଣିଗ୍ରାହୀ, ଶ୍ରୀଯୁକ୍ତ ବୋଲଗଡ଼ ଏକସ ପ୍ରେସ୍, ଡ. ରମାକାନ୍ତ ମହାପାତ୍ର, ଶ୍ରୀ ଚିତାକଟା, ଡ. ଦେବାଶିଷ ମହାପାତ୍ର, ଦୁର୍ବଳିଆ କବି ସୁଶାନ୍ତ ସାହୁ ଯୋଗଦେଇ ଦର୍ଶକ ମାନଙ୍କ ମନ ମୁଗ୍ଧ କରିଥିଲେ l ଏହି ଅବସରରେ ଚିତ୍ତ ରଞ୍ଜନ ବେହେରା ଏକ ସ୍ଵ ରଚିତ କବିତା ପାଠ କରିଥିଲେ l

ପରେ ସମସ୍ତ କବି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସରରେ ରେ ବ୍ଲକ କଳା ସଂସ୍କୃତି ସଙ୍ଘ ର ଉପ-ସଭାପତି ସ୍ୱାଧୀନ କୁମାର ପରିଡା ଙ୍କ ତତ୍ୱାବଧାନ ରେ ବୁଟୁପାଲୀ ରେ ବାଦୀପାଲାରେ ମାଁ ପୂର୍ଣ୍ଣମାସୀ ପାଲା ସଂସଦ, ବ୍ରାହ୍ମଣୀ, ଗାୟକ -କୃଷ୍ଣଚନ୍ଦ୍ର ମିଶ୍ର ଓ ସାଥି କଳାକାର, ଜାଗୃତି ବିଜୟା ପାଲା ସଂସଦ, ମହାକୁଡ଼ପାଲୀ ଗାୟକ -ବାଞ୍ଚାନିଧି ପ୍ରଧାନ ଓ ସାଥି କଳାକାର ବାଦୀପାଲା କରି ଦର୍ଶକଙ୍କ ମନ ମୁଗ୍ଧ କରିଥିଲେ l

ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ପାଳ ବବିତାରାଣୀ ଦଳବେହେରା, ପି.ଡି. ଡ଼ି. ଆର. ଡ଼ି.ଏ. ଅଶ୍ୱିନୀ କୁମାର ମେହେର, ଏନ. ଏ. ସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ସାମ୍ବାଦିକ ବନ୍ଧୁ ଓ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ l ଶେଷରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ ପରେ ଦ୍ଵିତୀୟ ଦିବସ ର କାର୍ଯ୍ୟକ୍ରମ ଶେଷ ହୋଇଥିଲା l