ବେଗୁନିଆପଡା ବ୍ଲକ ଠାରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

0
152
ବେଗୁନିଆପଡା ବ୍ଲକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୫/୦୪) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ଅବସରରେ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତ ର ହାଇସ୍କୁଲ ଠାରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l

ଏହି ଅବସରରେ ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତ ଠାରେ ଅଞ୍ଚଳ ର ଲୋକଙ୍କ ଲାଗି ମାଗଣା ଚକ୍ଷୁ ଚିକିତ୍ସା ସୁବିଧା ସହିତ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା l ଓଡିଶା ମୋ ପରିବାର, ଜୀବନ ବିନ୍ଦୁ ଓ ପଞ୍ଚାୟତ ର ସରପଞ୍ଚଙ୍କ ମିଳିତ ଆନୁକୂଲ୍ୟରେ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ସମ୍ମାନିତ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ସୁବାଷ ମହାରଣା, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଦୁର୍ଜ୍ୟଧନ ଗୌଡ଼, ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ବିଜେଡି ବ୍ଲକ ସଭାପତି ବିଜୟ କୁମାର ଦୋରା, ସରପଞ୍ଚ ଅର୍ଚନା ତ୍ରିପାଠୀ ଓ ସମିତି ସଭ୍ୟା ନୟନି ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ l

ଏହା ସହିତ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ଓ ଆଗ ଧାଡିର ନେତା ଉପସ୍ଥିତ ରହିଥିଲେ l ଏହି ଶିବିରରେ ବହୁ ସଂଖ୍ୟାରେ ବୃଦ୍ଧ ବୃଦ୍ଧା ଉପସ୍ଥିତ ରହି ନିଜର ଚକ୍ଷୁ ପରୀକ୍ଷା କରିଥିବା ବେଳେ ରକ୍ତଦାନ ଶିବିରରେ ମଧ୍ୟ ୧୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଏହିଭଳି ଏକ ସ୍ୱାସ୍ଥ୍ୟ ଶିବିର ଅଞ୍ଚଳରେ ଆୟୋଜନ ହୋଇଥିବା ରୁ ଅଞ୍ଚଳବାସୀ ବେଶ ଖୁସି ବ୍ୟକ୍ତ କରିଛନ୍ତି l