Related Contents

ଲମତାପୁଟରେ ବିଜେଡିର ପ୍ରଚାର ଆରମ୍ଭ

ଲମତାପୁଟ(କପିଳେନ୍ଦ୍ରଦେବ ସାମନ୍ତରାୟ): ଲମତାପୁଟ ଠାରେ ବିଜେଡ଼ିର ପ୍ରଚାର କାର୍ଯ୍ୟ ଆରମ୍ଭ । ଲମତାପୁଟ ବ୍ଲକ ସଦର ମହକୁମାରେ ଆଜି ପିଏଚଡ଼ି ଖେଳ ପଡିଆ ଠାରେ ବିଜେଡ଼ି ପକ୍ଷରୁ ପ୍ରଚାର ଆରମ୍ଭ କରିଥିଲେ |

ଏହି ଅବସରରେ କୋରାପୁଟ ମଣ୍ଡଳୀର ପ୍ରାର୍ଥୀ ରଘୁରାମ ପାଡାଲ, ଜିଲ୍ଲା ସଭାପତି ଇଶ୍ଵର ପାଣିଗ୍ରାହୀ ପୁର୍ବତନ ବ୍ଲକ ଅଧ୍ୟକ୍ଷ ସୁନାଧର ଅଡାରି, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ କୁମାରୀ ହନ୍ତାଳ, ବରିଷ୍ଠ ନେତା ରଘୁରାମ ମାଛ ହରି ଖେମୁଣ୍ଡୁ ଲଳିତ ଦାର୍ଲି ଘାସି ମାଣ୍ଡି ସୋମନାଥ ମୁଦୁଲି ଓ ଅନ୍ୟାନ୍ୟ କର୍ମି ଯୋଗ ଦେଇଥିଲେ । ଶ୍ରୀ ହରି ଖେମୁଣ୍ଡୁ ସୋମନାଥ ମୁଦୁଲିଙ୍କୁ ଦଳ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ବିଜେଡ଼ି ସରକାରଙ୍କ ଦ୍ଵାରା ବିକାଶ ଯୋଜନା ସମ୍ପର୍କରେ କହିଥିଲେ |

Comments are closed.