ଶହୀଦ ମାଟି ତେନ୍ତୁଳିଗୁମ୍ମା ସହ ଵିଭିନ୍ନ ସ୍ଥାନରେ ଲକ୍ଷ୍ମଣନାୟକ ସହିଦ ଦିବସ ପାଳନ

ବୈପାରୀଗୁଡା (ଏନ.ସନ୍ତୋଷ): ବୈପାରୀଗୁଡା ପଂଚାୟତ ସମିତି ତରଫରୁ କୋରାପୁଟ ବୀର ଲଷ୍ମଣ ନାୟକଙ୍କ ଜନ୍ମ ଗାଁ ତେନ୍ତୁଳିଗୁମ୍ମାରେ ଆଜି ଫାସୀ ଦିବସ ପାଳନ କରାଯାଇଛି |

ପ୍ରଥମେ ଅତିଥିଙ୍କ ସହ ଗ୍ରାମବାସି ଲଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଜନୀ କାନ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଗ୍ରାମବାସି ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ଶହୀଦ ଦିବସ ବିଷୟରେ ଆଲୋକପାତ କରିଥିଲେ | ଏବେ ତେନ୍ତୁଳିଗୁମ୍ମା ପାଇଁ କିଛି ପ୍ରକଳ୍ପ ଦିଆଯାଇଛି, ଆହୁରି ଆଗାମୀ ଦିନରେ ଶହୀଦ ମାଟିର ଉନ୍ନତି ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯିବ ବୋଲି ପ୍ରକାଶ କରିଛନ୍ତି | ଉକ୍ତ କାର୍ଯ୍ୟକ୍ରମରେ ଜେଇ, ପିଇଓ, ଜିଆରଆସ, ପଂଚାୟତ ସମିତି ଉପାଦକ୍ଷ ତିଲୋଚନ ଜେନା, ସରପଞ୍ଚ ବୁଦୁରା ନାୟକ ସହ ଗ୍ରାମବସି ଉପସ୍ଥିତ ଥିଲେ. ସେହିପରି ବୈପାରୀଗୁଡାର ପଂଚାୟତ କାର୍ଯ୍ୟାଳୟ, ଡିଗ୍ରୀ କଲେଜ, ଶହୀଦ ଲଷ୍ମଣନାୟକ ମାଧ୍ୟମିକ ବିଦ୍ୟାଳୟ, ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଏବଂ ସ୍ବେଛାସେବୀ ଅନୁଷ୍ଠାନ ତାରଫରୁ ମଧ୍ୟ ଏହି ଦିବସ ପାଳିତ ହୋଇଛି |

Comments are closed.