ପାପକ୍ଷୟ ଘାଟରେ ଭାଗବତ ସପ୍ତାହ ପରାୟଣ,୨୯ଜଣଙ୍କ ସାମୁହିକ ବ୍ରତୋପନୟନ

ବିନିକା (ଧ୍ରୁବରାଜ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଉପକଣ୍ଠ ପୁର୍ଣ୍ୟପୀଠ ପାପକ୍ଷୟ ଘାଟ ସହରରେ ଗତ ଶନିବାର ଠାରୁ ଶ୍ରୀମଦ ଭାଗବତ ସପ୍ତାହ ପରାୟଣ ଅନୁଷ୍ଠିତ ହେଉଛି | ଏହି କ୍ରମରେ ୨୩ତାରିଖ ପୂର୍ବାହ୍ନରେ ଏହା ଉଦଘାଟନ ହେବା ସହିତ କଲସ ସ୍ଥାପନ ଶୋଭାଯାତ୍ରା ହୋଇଥିଲା |

ସେହିପରି ଶ୍ରୀମଦ ଭାଗବତ ସପ୍ତାହ ପରାୟଣର ବିଭିନ୍ନ ଦିନରେ ଏହି ଆଧ୍ୟତ୍ମିକ ରୁଚି ମନ୍ତ କାର୍ଯ୍ୟକ୍ରମ ଦେଖିବା ପାଇ ପ୍ରତେକ ଦିନ ଜନ ସମାଗମ ହେଉଛି | ଏହି ପରିପେକ୍ଷୀରେ ପୁରୀ ରାମଜୀ ମଠର ମହନ୍ତ ଶ୍ରୀ ବଂଶୀଧର ଦାଶଜୀଙ୍କ ପ୍ରତେକ୍ଷ ତତ୍ୱାବଧାନ ରେ ଭାଗବତ ସପ୍ତାହ ପରାୟଣ ଅବସରରେ ବ୍ରାହ୍ମଣ ସମାଜ ଓ ଅଞ୍ଚଳର ଜନସାଧାରଣଙ୍କ ଉପସ୍ଥିତିରେ ହଜାର ହଜାର ଶ୍ରଦ୍ଧାଙ୍କୁ ଉକ୍ତ ଆସି ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହିତ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି | ଆଜି ଏହି ଅବସରରେ ବ୍ରାହ୍ମଣ ସମାଜର ୨୯ଜଣଙ୍କ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ ହୋଇଥିଲା | ଏଥିରେ ପାପକ୍ଷୟ ଘାଟ ବିକାଶ ପରିଷଦ ପକ୍ଷରୁ ମୁଖ୍ୟ ପୂଜକ ସର୍ବେଶ୍ୱର ପୁରୋହିତ ଓ ବାଳଗୋପାଳ ପୁରୋହିତଙ୍କ ସମେତ ପ୍ରାୟ ୩୫ଜଣ ପୁରୋହିତ ବ୍ରତୋପନୟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ | ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ସମେତ ଜିଲ୍ଲା ବାହାରୁ ତଥା ବିନିକା ଅଞ୍ଚଳର ହଜାର ହଜାର ପୁରୁଷ ମହିଳା ଏହି ପୁର୍ଣ୍ୟ ପୀଠ ସ୍ଥଳକୁ ଆଧ୍ୟ୍ୟତ୍ମିକ କାର୍ଯ୍ୟକ୍ରମ ଦେଖିବା ପାଇ ଆସିଥିଲେ | ଫଳରେ ପାପକ୍ଷୟ ଘାଟ ପରିସର ଆଜି ଲୋକାରଣ୍ୟ ହୋଇଥିଲେ | ଭାଗବତ ସପ୍ତାହ ପରାୟଣ କାର୍ଯ୍ୟକ୍ରମ ଜାରି ରହିଛି |

ବିଶିଷ୍ଟ ସ୍ୱେଚ୍ଛାସେବୀ ଆଦିକନ୍ଦ ବାବୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାପକ୍ଷୟ ଘାଟ ବିକାଶ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ସନ୍ତୋଷ କୁମାର ପଣ୍ଡା , ବିନୋଦ ବିହାରୀ ମିଶ୍ରଙ୍କ ସମେତ କମିଟିର ସମସ୍ତ ପ୍ରମୁଖ କର୍ମକର୍ତ୍ତା ଏହା ସୁଚାରୁରୂପେ ପରିଚାଳନା କରିବା ସହିତ ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ଯେଭଳି ଭାବରେ ସମସ୍ତ ପ୍ରଭୁକୃପା ଲାଭ କରିପାରିବେ ସେ ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି | ଆଜି ଏହି କ୍ରମରେ ରୁକୁଣି ବିବାହ କାର୍ଯ୍ୟକ୍ରମ ଅବସରରେ ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୋନପୁର ପ୍ରଭୁତି ଜିଲ୍ଲାରୁ ଆସିଥିବା ଏହି ୨୯ଜଣଙ୍କ ସାମୁହିକ ବ୍ରତୋପନୟନ କରାଯାଇଥିଲା | ପରେ ଉପସ୍ଥିତ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ପ୍ରସାଦ ସେବନର ସୁଯୋଗ ପାଇଥିଲେ |

Comments are closed.