Related Contents

ପୁଇଁତଳା ବିଡ଼ିଓ ସରୋଜ ମିଶ୍ରଙ୍କୁ ଅପହରଣ, ଠିକା କାମକୁ ନେଇ ସନ୍ଦେହ

ବଲାଙ୍ଗୀର(ଓଡିଶା ନ୍ୟୁଜ୨୪): ଆଜି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବିଡ଼ିଓଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଆଜି ଦିନ ମଧ୍ୟାହ୍ନରେ ବିଡିଓ ସରୋଜ ମିଶ୍ର ଅଫିସ୍‌ରେ ଥିଲେ |

ଆଜି ଅପରାହ୍ନ ୪ଟା ପରେ ବଲାଙ୍ଗୀର ଉପକଣ୍ଠ ପୁଇଁତଳା ବିଡ଼ିଓ ସରୋଜ କୁମାର ମିଶ୍ରଙ୍କ ନିକଟକୁ କିଛି ଦୁର୍ବୁତ୍ତ ଆସିଥିଲେ । ଦୁର୍ବୁତ୍ତଙ୍କ ଗୋଷ୍ଠୀରେ ପ୍ରାୟ ୧୦ରୁ ୧୨ଜଣ ଯୁବକ ଥିଲେ । ବିଡ଼ିଓ ସରୋଜ କିଛି କହିବା ପୂର୍ବରୁ ଦୁର୍ବୁତ୍ତମାନେ ତାଙ୍କୁ ଅପହରଣ କରିନେଇଥିବା ଜଣାପଡିଛି । ଅପହରଣ ସୂଚନା ପାଇବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି । ହେଲେ ରିପୋର୍ଟ ଲେଖାହେବା ବେଳକୁ ବିଡିଓଙ୍କ କୌଣସି ପତ୍ତା ପାଇପାରିନାହିଁ ପୋଲିସ । ଅପହରଣ ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଠିକା କାମକୁ ନେଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।

Comments are closed.