ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

0
307
ବୋରିଗୁମ୍ମା ସରକାରୀ ଉଚ୍ଚ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୨୩/୦୪) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଆଜି ବ୍ଲକ ସ୍ତରୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି ।ବୋରିଗୁମ୍ମା ସରକାରୀ ଉଚ୍ଚ

ଲୋକଙ୍କ ମନକୁ ସୁଦୃଢ଼ କରିବା ପାଇଁ ସମସ୍ତ ଗରିବ ଲୋକମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବା ଲକ୍ଷ୍ୟ ପୂରଣ କରିବା ଉଦ୍ଦେଶ୍ୟରେ ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏହି ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହୀନିପତି ଯୋଗ ଦେଇ ଭଗବାନ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତିରେ ଧୂପ ପୁଷ୍ପ ପ୍ରଦାନ ସହ ଦୀପ ଜାଳି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ସୂଚନା ମିଳିଛି ।

ବୋରିଗୁମ୍ମା ବ୍ଲକ ଉନ୍ନୟନ ଅଧିକାରୀ ପ୍ରଣୟ ରଞ୍ଜନ ବେହେରା ବୋରିଗୁମ୍ମା ଜୋନ ୦୧ ର ଜିଲ୍ଲା ପରିଷଦ ସଭ୍ୟ ପ୍ରସାଦ ଚନ୍ଦ୍ର ବିଡ଼ିକା, ଜୋନ ୦୨ ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ମଞ୍ଜୁଳା ଘାଷି, ଜୋନ ୦୩ ର ଜିଲ୍ଲା ପରିଷଦ ସଭ୍ୟ ନୃସିଂହନାଥ ଶତପଥି, ମନ୍ତ୍ରୀ ପ୍ରତିନିଧି ନରେନ୍ଦ୍ର ବିଷୋୟୀ, ସାଂସଦ ପ୍ରତିନିଧି ରାମଚନ୍ଦ୍ର ପାଢ଼ୀ, ବୋରିଗୁମ୍ମା ସରପଞ୍ଚ ଓ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ରାଜା ରାମ ସ୍ୱାଇଁ ଏବଂ ବୋରିଗୁମ୍ମା CDPO ଶ୍ରୀମତି ଗାୟତ୍ରୀ ବାହିନୀପତି ମୋହଦୟା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ପ୍ରଥମେ ବୋରିଗୁମ୍ମା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିବା ପରେ ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ କରି ସ୍ୱାସ୍ଥ୍ୟ ଶିବିର ଉଦଘାଟନ କରାଯାଇଥିଲା । ସରକାରଙ୍କ ଆଜାଦି କା ଅମୃତ ମହୋତ୍ସବ ଗୋଷ୍ଠୀ ସ୍ୱାସ୍ଥ୍ୟ ମେଳା ଦ୍ୱାରା ଗରିବ ଲୋକମାନଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା କରାଯିବା ସହ ଯୋଜନା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ବିଧାୟକ ସ୍ୱାସ୍ଥ୍ୟ ବିଷୟରେ ଅବଗତ କରାଇଥିଲେ ।

ସେହିପରି ଏହି ଯୋଜନା ମାଧ୍ୟମରେ ଉତ୍ତମ ଚିକିତ୍ସା ଉପଲବ୍ଧ ରହିଛି ଏବଂ ସରକାରଙ୍କ ସ୍ୱାସ୍ଥ୍ୟ ସେବାକୁ ଲୋକ ମାନଙ୍କ ନିକଟରେ ପହଞ୍ଚାଇବା ଏହି ମେଳାର ଉଦ୍ଦେଶ୍ୟ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଏଥିରେ ମୋଟ ୧୨୪୭ ଜଣ ନାମ ପଞ୍ଜିକୃତ ହୋଇ ଚିକିତ୍ସିତ ହୋଇଥିବା ବେଳେ ସ୍ତ୍ରୀ ରୋଗ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, ଦାନ୍ତ ବିଶେଷଜ୍ଞ ରହି ଚିକିତ୍ସା କରିଥିଲେ ।

ଡାକ୍ତର ଶ୍ରୀ ପ୍ରବୀଣ କୁମାର ଦାସ, ଡାଃ. ଶୁଭଙ୍କର ସାମଲ, ଡାଃ. ରାଜେଶ ପାଣିଗ୍ରାହୀ, ଡ଼ାଃ. ସୁରେଶ ଝଙ୍କାର, ଡାଃ. ଅସିତ କବି, ଡାଃ. ସୋମା ସୁଶ୍ରୀ ସୁତାର, ଡାଃ. ଦିଲ୍ଲୀପ କୁମାର ନାଥ ଏବଂ ମଞ୍ଚ ପରିଚାଳନା କରିଥିଲେ ସରୋଜ କୁମାର ମହାପାତ୍ର, ବସନ୍ତ ପଣ୍ଡା, ପଦ୍ମ ଲୋଚନ ମିଶ୍ର, କୃଷ୍ଣ ଚନ୍ଦ୍ର ଗୌଡ଼, ସୁରେଶ ମିଶ୍ର, ଶ୍ରୀନିବାସ ରାଓ ଏବଂ ଗୋଲକ ବିହାରୀ ଚୌଧୁରୀ ତଥା ବିପିନ ମାଝୀ । ପୁଲିସ ପ୍ରଶାସନ ସହ ଆଶା ଓ ଅଙ୍ଗନବାଡି କର୍ମୀମାନେ ସହାୟତା ପ୍ରଦାନ କରିଥିବା ଜଣାପଡିଛି ।