ଚାନ୍ଦିଲି ଠାରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଆୟୁଷ୍ମାନ ଭାରତ ଅନୁଷ୍ଠିତ

0
126
ଚାନ୍ଦିଲି ଠାରେ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୨/୪) : କୋଟପାଡ଼ ବ୍ଲକ ର ଛତିଶଗଡ଼ ସୀମାନ୍ତରେ ଥିବା ଚାନ୍ଦିଲି ଠାରେ ଆଜି ଏକ ବ୍ଲକ ସ୍ତରୀୟ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଈଛି ।WhatsApp Image 2022 04 23 at 1.05.07 PM 1 ଚାନ୍ଦିଲି ଠାରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଆୟୁଷ୍ମାନ ଭାରତ ଅନୁଷ୍ଠିତ

ଉକ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ନବରଙ୍ଗପୁର ସାଂସଦ ଶ୍ରୀ ରମେଶଚନ୍ଦ୍ର ମାଝୀ ଉଦଘାଟନ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କମଳା ଭତ୍ରା ଏବଂ ସି.ଡି.ଏମ.ଓ. ଡ଼ାଃ. ଅରୁଣ କୁମାର ପାଢ଼ୀ ଏବଂ ଏମ.ଓ. କୋଟପାଡ଼ ଡାଃ ସାରଥୀ ପ୍ରସାଦ ମୁନି ଚାନ୍ଦିଲି ଠାରେ ଯୋଗ ଦେଇ ସ୍ଵାସ୍ଥ୍ୟ ମେଳାକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ ।

ଅସ୍ଥିଶଲ୍ୟ, ଚକ୍ଷୁ, ସ୍ତ୍ରୀ ରୋଗ, ଦନ୍ତ, ମଧୁମେହ, କୋଭିଡ ଟୀକାକରଣ କେନ୍ଦ୍ର, କୁଷ୍ଠରୋଗ ଭଳି ୩୫ ଗୋଟି ଷ୍ଟଲ କରାଯାଇଥିଲା । ୩୦୦୦ ରୁ ଉର୍ଦ୍ଧ୍ଵ ରୋଗୀ ପଞ୍ଜୀକୃତ ହୋଇଥିବା ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରାଯାଇଥିବା ଜଣାଯାଇଛି ।

ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ ଶ୍ରୀ ତପନ କୁମାର ପାଣିଗ୍ରାହୀ, ଜଗଦୀଶ ଚଦ୍ର ବିଶୋଇ, ସୁଧୀର ମହାନ୍ତି, ମହମ୍ମଦ ସଲିମ, ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନ ନିର୍ଵାହୀ ଅଧିକାରୀ ଶ୍ରୀ ରାଜେନ୍ଦ୍ର ଖରା, ସୂର୍ଯ୍ୟକାନ୍ତ ପାଢ଼ୀ, ତାପସ ପରିଡା, ଭାସ୍କର ପାଣିଗ୍ରାହୀ, ସଞ୍ଜୟ କୁମାର ସାହୁ, ଅଶୋକ ସାହୁ, ହରମୋହନ ପାତ୍ର, ଡ଼ା.ଗୌରବ ମିଶ୍ର, ଡ଼ା. ଶ୍ରୀରାମ ପଣ୍ଡାଙ୍କ ସମେତ ସମସ୍ତ ଆଶା କର୍ମୀ, ଏଏନଏମ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିବାର ଜଣାଯାଇଛି ।