ଜାରକାରେ ଓଭର ବ୍ରିଜ ନିର୍ମାଣ ଦାବିରେ ବଜାର ବନ୍ଦ ସମସ୍ୟା ସମାଧାନ ନହେଲେ ତୀବ୍ର ଆନ୍ଦୋଳନ ପାଇଁ ଚେତାବନୀ

ଯାଜପୁର (ସତ୍ୟଜିତ ବାରିକ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ର ମୁଖ୍ୟ ଜାରକା ବଜାର ଜାତୀୟ ରାଜପଥରେ ଓଭର ବ୍ରିଜ ନିର୍ମାଣ ପାଇଁ ଜାରକା ଓ ଧର୍ମଶାଳାର ୧୬ନଂ ଜାତୀୟ ରାଜପଥର ଜାରକାଠାରେ ଏକ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ଦାବିରେ ଆଜି ବନ୍ଦ ଡାକରା ଦେଇଛି ଧର୍ମଶାଳା ଉନ୍ନୟନ କମିଟି ।

ଯାହା ଦ୍ୱାରା ଆଜି ଜାରକାଓ ଧର୍ମଶାଳା ବଜାରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବା ସହିତ ସ୍କୁଲ ଓ କଲେଜ ବନ୍ଦ କରାଯାଇଛି । ଏହାକୁ ନେଇ ଜାରକା ବସ ଷ୍ଟାଣ୍ଡରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ଉନ୍ନୟନ କମିଟି ସଭାପତି ଜଳଧର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଯାଜପୁର ସାଂସଦ ରୀତା ତରାଇ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ପୂର୍ବତନ ବିଧାୟକ ରବି ଲାବଣ୍ୟ ଓବିଜେପି ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡା, କଂଗ୍ରେସ ନେତା କିଶାନ ପଣ୍ଡା, ବ୍ଳକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ରମାକାନ୍ତ ଜେନା, ସଂଗ୍ରାମ ଜେନା, ଅଖିଳ ସ୍ୱାଇଁ, କ୍ଷିତିଶ ନାୟକ, ମାନସ ରଂଜନ ଜେନା, ରାମଚନ୍ଦ୍ର ସାହୁ, ପରିବେଶବିତ ଶ୍ରୀନିବାସ ଜେନା ,ଧର୍ମଶାଳା ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଚ୍ୟାଉପଟ୍ଟନାୟକ, ଶ୍ରୀକାନ୍ତ ସାହୁ, ଯୁଧିଷ୍ଠିର ସ୍ୱାଇଁ, ଜଳଧର ସାହୁ, କାହ୍ନୁ ଚରଣ ଦାଶ, ଅମିୟ ପରିଡା, ନାରାୟଣ ମଲିକ, ଅଭୟାନନ୍ଦ ସାରଦା, ସିଦ୍ଧାର୍ଥ ମହାନ୍ତି, ହିମାଂଶୁ ଶେଖର ସାହୁ, ଅକ୍ଷୟ ନାୟକ, ରାମଚନ୍ଦ୍ର ସାହୁ, ମାନସ ରଂଜନ କର, ସଂଜୟ ରାୟ, ମନୋଜ ରାଉଳ, ଅଶୋକ ସାହୁ ପ୍ରମୁଖଙ୍କ ସମେତ ବହୁ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇ ତୁରନ୍ତ ଜାରକାଠାରେ ଏକ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କରିବାକୁ ଦାବି କରିଥିଲେ । ପରେ ୧୬ନଂ ଜାତୀୟ ରାଜପଥକୁ କିଛି ସମୟ ପାଇଁ ସମ୍ପୂର୍ଣ୍ଣ ଅବରୋଧ କରାଯାଇଥିଲା ।ସୂଚନା ଅନୁସାରେ ୨୦୦୦ମସିହାରେ ୧୬ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ସମୟରେ ଯାତାୟତ ପାଇଁ ଏଠାରେ ଏକ ଛୋଟ ଗଳିପୋଲ ନିର୍ମାଣ କରାଯାଇଥିଲା । ଯାହା ଫଳରେ ଏହି ଗଳିପୋଲ ଦେଇ ଯାତାୟତରେ ବହୁ ଅସୁବିଧା ସୃଷ୍ଟି ହେଉଛି । ଏହାକୁ ନେଇ ବାରମ୍ବାର ଦାବି କରାଯାଇଥିଲେ ହେଁ କର୍ତୃପକ୍ଷ ଅଣଦେଖା କରିଚାଲିଛନ୍ତି । ଏହାର ପ୍ରତିବାଦରେ ଆଜି କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା । ତେବେ ଏଠାରେ ଫ୍ଲାଇ ଓଭର ବ୍ରିଜ ନିର୍ମାଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି କମିଟି ଚେତାବନୀ ଦେଇଛି

ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ଓ ଥାନା ଅଧିକାରୀ ସରୋଜ କୁମାର ସାହୁ ଘଟଣା ସ୍ଥଳରେ ରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିସହ କମିଟି ପକ୍ଷରୁ ଦିଆଯାଇଥିବା ଦାବିପତ୍ରକୁ ଜିଲ୍ଲାପାଳ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ପଠାଇବା କୁ କରିବାକୁ କହିବା ପରେ ଆନ୍ଦୋଳନ ହଟିଥିଲା । ଏହି ଆନ୍ଦୋଳନରେ ଦଳମତ ନିର୍ବିଶେଷରେ ସବୁ ବର୍ଗର ଲୋକେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ସୁବାସ ବୋଷ ଯୁବ ବାହିନୀର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ |

Comments are closed.