Advertisements

ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

ରାୟଗଡା (ଗୋପୀନାଥ ଗୌଡ଼): ଆଜି ରାୟଗଡା ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି | ସ୍ଥାନୀୟ ଶାସ୍ତ୍ରୀନଗର ରାଜମାର୍ଗ ପାର୍ଶ୍ୱରେ ଅବସ୍ଥିତ ପ୍ରତିମୂର୍ତ୍ତିରେ ସକାଳ ୭ ଘଟିକା ସମୟରେ ସାମୁହିକ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରାଯାଇଛି |

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରା ଯୋଗଦେଇ ଶହୀଦଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ତାଙ୍କର ତ୍ୟାଗପୁତ ଜୀବନ ଉପରେ ଆଲୋକପାତ କରିଥିଲେ| ସେହିପରି ଡ଼ଃ ନରେନ୍ଦ୍ର ମିଶ୍ର, ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି, ଜୟରାମ ଜେନା ପ୍ରମୁଖ ମଧ୍ୟ ଲକ୍ଷ୍ମଣ ନାୟକଙ୍କ ଦେଶପ୍ରେମ ଓ ତ୍ୟାଗ ଉପରେ ମନ୍ତବ୍ୟ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ପାଢ଼ୀ, ବାଦଲ କୁମାର ତା, ବରିଷ୍ଠ ନାଗରିକ ଗୋପୀନାଥ ସାହୁ, ସୁରେନ୍ଦ୍ର ନାଥ ସାହୁ, ଆଇନଜୀବୀ କେଦାରପଣ୍ଡା, ବି କାନ୍ତାରାଓ, ଅଜୟ ରଥ, ଦୀପକ ପୃଷ୍ଟି, ବି ନାଗରାଜୂ, ସହଦେଵ ସାହୁ, ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ରଜନୀ କାନ୍ତ ସାମନ୍ତରାୟ, ପ୍ରଧାନ ଶିକ୍ଷୟତ୍ରୀ ପି ଗଉଡେଶ୍ୱରୀ, ଆରଏସଡବ୍ଲୁସି ର ଶିକ୍ଷକ ପ୍ରଶାନ୍ତ ନାୟକ, ଓ ଛାତ୍ର ଛାତ୍ରୀ ଓ ଶାସ୍ତ୍ରୀନଗର ଉ :ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ |

ସର୍ବ ଶେଷରେ ଜିଲ୍ଲାସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାୟଗଡା, ଶ୍ରୀ ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ |

Advertisements

Comments are closed.