୨୦୨୪ ପାଇଁ ବିଜେଡିର ପ୍ରସ୍ତୁତି : ଆଜିଠୁ ନବୀନ ନିବାସରେ ୩ଦିନ ଧରି ଚାଲିବ ପର୍ଯ୍ୟବେକ୍ଷକଙ୍କ ବୈଠକ

0
166
୨୦୨୪

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୩/୦୪) : ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡି ର ପ୍ରସ୍ତୁତି । ଆଜିଠୁ ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କ ବୈଠକ । ୨୦୨୪ ବିଧାନସଭା ନିର୍ବାଚନ ଦୃଷ୍ଟିରେ ରଖି ବିଜେଡି ଏବେଠୁ ରଣନୀତି ପ୍ରସ୍ତୁତ କରିଛି ।

୨୦୨୪ ପାଇଁ ଆଜିଠୁ ୩ ଦିନ ଧରି ଚାଲିବ ବିଜେଡି ପର୍ଯ୍ୟବେକ୍ଷକଙ୍କ ବୈଠକ ହେବ । ଜିଲ୍ଲା ପର୍ଯ୍ୟବେକ୍ଷଙ୍କ ବୈଠକ ଡାକିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ୩ ଦିନ ଧରି ଏହି ବୈଠକ ନବୀନ ନିବାସରେ ଅନୁଷ୍ଠିତ ହେବ ।

ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୌର, ପଞ୍ଚାୟତ ସମୀକ୍ଷା ସହ ୨୦୨୪ନିର୍ବାଚନ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ହେବ । ଜିଲ୍ଲାଗୁଡିକରେ ଥିବା ସଙ୍ଗଠନନ ସଫଳତା ନେଇ ମଧ୍ୟ ଆଲୋଚନା ହେବ । ପର୍ଯ୍ୟବେକ୍ଷଙ୍କ ସହ ସିଧାସଖଳ କଥା ହେବେ ନବୀନ । ସମସ୍ତଙ୍କୁ ଏକାସାଙ୍ଗରେ ନେଇ କିପରି ଦଳ ଆଗକୁ ବଢିବ ସେ ନେଇ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।