Friday, March 29, 2024

Top 5 This Week

Related Posts

ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ଇସ୍ତଫା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୩/୦୪) : ବଦଳିଲେ ନୀତି ଆୟୋଗ ଉପାଧ୍ୟକ୍ଷ । ଉପାଧ୍ୟକ୍ଷ ପଦବୀରୁ ରାଜୀବ କୁମାରଙ୍କ ଇସ୍ତଫା ପରେ ନୂଆ ଉପାଧ୍ୟକ୍ଷ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ସୁମନ କେ ବେରୀଙ୍କୁ ନିତି ଆୟୋଗ ର ନୂଆ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେ ଆସନ୍ତା ମେ ୧ ତାରିଖରୁ କାର୍ଯ୍ୟଭାର ଗ୍ରହଣ କରିବେ ।

ନୀତି ଆୟୋଗ ଉପାଧ୍ୟକ୍ଷ ଶ୍ରୀ ବେରୀ ନୂଆଦିଲ୍ଲୀରେ ଥିବା ନ୍ୟାସନାଲ କାଉନସିଲ ଅଫ୍ ଆପ୍ଲାଏଡ ଇକୋନୋମିକ୍ ରିସର୍ଚ୍ଚର ନିର୍ଦ୍ଦେଶକ ଥିଲେ । ଏଥିସହ ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କାଉନସିଲର ସଦସ୍ୟ ଥିଲେ । ରିଜର୍ଭ ବ୍ୟାଙ୍କର ଷ୍ଟାଟିଷ୍ଟିକାଲ କମିଶନ ଥିଲେ ।

ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ, ପରିସଂଖ୍ୟାନ ଆୟୋଗ ଏବଂ ମୁଦ୍ରାନୀତି ସମ୍ପର୍କିତ ଭାରତୀୟ ରିଜର୍ଭ ବ୍ୟାଙ୍କର ବୈଷୟିକ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ହେଉଛନ୍ତି ସେଣ୍ଟର ଫର ପଲିସି ରିସର୍ଚର ଭିଜିଟିଂ ଫେଲୋ ଓ ୱାସିଂଟନ ଡିସିର ଉଡ୍‌ରୋ ୱିଲ୍‌ସନ୍ ଇଣ୍ଟରନ୍ୟାସନାଲ୍ ସେଣ୍ଟର ଫର ସ୍କଲାରର ଗ୍ଲୋବାଲ୍ ଫେଲୋ ମଧ୍ୟ ।

ବ୍ରସେଲ୍‌ସରେ ଥିବା ବ୍ରୁଏଜେଲ୍‌ ନାମକ ଅର୍ଥନୈତିକ ନୀତି ଗବେଷଣା ପ୍ରତିଷ୍ଠାନ ର ସେ ହେଉଛନ୍ତି ପ୍ରବାସୀ ଫେଲୋ । ରାଜୀବ କୁମାର ନିତି ଆୟୋଗକୁ ଆକାର ପ୍ରଦାନ କରିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି । ସେ ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ହୋଇଥିବା ବେଳେ ୨୦୧୭ ଅଗଷ୍ଟରେ ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିୟାଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା ।

Popular Articles