Friday, March 29, 2024

Top 5 This Week

Related Posts

ଶେଷ ଓଭର ର ଡ୍ରାମା : ବ୍ୟାଟ୍ସମ୍ୟାନଙ୍କୁ ଫେରି ଆସିବାକୁ କହିଲେ ପନ୍ତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ //
ନୂଆଦିଲ୍ଲୀ, (୨୩/୦୪) : ଶୁକ୍ରବାର ଆଇପିଏଲରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ମୁକାବିଲାରେ ରାଜସ୍ଥାନ ଦିଲ୍ଲୀକୁ ୧୫ ରନରେ ମାତ୍ ଦେଇଥିଲା । କିନ୍ତୁ ମ୍ୟାଚରେ ଶେଷ ଓଭର ରେ ଡ୍ରାମା ଦେଖିବାକୁ ମିଳିଥିଲା ।

ତେବେ ରାଜସ୍ଥାନ ବିଜୟ ଅପେକ୍ଷା ଷ୍ଟାଡିୟମରେ ଚାଲିଥିବା ଡ୍ରାମା ଅଧିକ ଚର୍ଚ୍ଚାରେ ରହିଥିଲା । ଶେଷ ଓଭର ରେ ଅମ୍ପାୟାର ନୋ ବଲ୍ ନଦେବାରୁ ଏପରି ହୋଇଥିଲା ।

ସୂଚନାନୁସାରେ, ଶେଷ ଓଭରରେ ଦିଲ୍ଲୀକୁ ବିଜୟ ପାଇଁ ୩୬ ରନ୍ ଦରକାର ଥିଲା । କ୍ରିଜରେ ଥିବା ରୋବମେନ୍ ପାଓ୍ୱେଲ୍ ପ୍ରଥମ ୩ ବଲରେ ଲଗାତର ୩ ଛକା ଲଗାଇ ଦଳକୁ ଆଶା ଦେଇଥିଲେ । ତେବେ ତୃତୀୟ ବଲ ଫୁଲଟସ୍ ଥିଲା ଓ ଦିଲ୍ଲୀ ବ୍ୟାଟର ଏହା ନୋ ବଲ ବୋଲି ଦାବି କରିଥିଲେ । କିନ୍ତୁ ଅମ୍ପାୟାର ଏହାକୁ ନୋ ବଲ୍ ଦେଇ ନଥିଲେ ।

ରାଗି ଗଲେ ପନ୍ତ

ଦିଲ୍ଲୀ କ୍ୟାପିଟାଲ୍ସ ର ଖେଳାଳି ବାରମ୍ବାର ଟିଭି ଅମ୍ପାୟାରଙ୍କୁ ନୋ ବଲ ପାଇଁ ଥାର୍ଡ ଅମ୍ପାୟାରଙ୍କୁ ଚେକ୍ କରିବା ପାଇଁ ଦାବି କରିଥିଲେ । କିନ୍ତୁ ନିୟମ ଅନୁସାରେ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତି ବଦଳି ନଥାନ୍ତା । ଏହାପରେ ଅଧିନାୟକ ଋଷଭ ପନ୍ତ ଉଭୟ ବ୍ୟାଟରଙ୍କୁ ଚାଲି ଆସିବାକୁ କହିଥିଲେ । ସେନ ଓ୍ୱାଟସନ ପନ୍ତଙ୍କ ପାଖକୁ ଆସି ବୁଝାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏପରିକି ଜୋସ୍ ବଟଲର ମଧ୍ୟ ପନ୍ତଙ୍କୁ ବୁଝାଇଥିଲେ ।

କ୍ରିଜକୁ ଗଲେ ଦିଲ୍ଲୀ କୋଚ୍

ଏହାମଧ୍ୟରେ ଦିଲ୍ଲୀ କୋଚ୍ ପ୍ରବୀଣ ଆମରେ ପଡିଆରେ ପଶି ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ । ସେ ମାହୋଲକୁ ଆହୁରି ସଙ୍ଗୀନ କରିଥିଲେ । ସେ ନୋ ବଲ ନିଷ୍ପତ୍ତିକୁ ନେଇ ଯୁକ୍ତି କରିଥିଲେ । ଏହାପରେ ମଧ୍ୟ ଫିଲ୍ଡି ଅମ୍ପାୟାର ଥାର୍ଡ ଅମ୍ପାୟାରଙ୍କ ସହାୟତା ଲୋଡିନଥିଲେ । ଅମ୍ପାୟାର ତାଙ୍କୁ ଷ୍ଟାଡିୟମ ବାହାରକୁ ଯିବାକୁ କହିଥିଲେ । ସେ ଗଲା ପରେ ମ୍ୟାଚ୍ ପୁଣି ଆରମ୍ଭ ହୋଇଥିଲା ।

Popular Articles