ଡେଭିଡ୍‌ ୱାର୍ଣ୍ଣରଙ୍କୁ ଚଢ଼ିଲା KGF-2 ର ନିଶା : ରକି ଭାଇଙ୍କ ସିନ୍‌ କୁ କଲେ କପି

0
150
ଡେଭିଡ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୨୩/୦୪) : ଫିଲ୍ମ KGF-2 ର ଚର୍ଚ୍ଚା ତ ସବୁଠି । ଫିଲ୍ମ ପାଇଁ ଦିୱାନା ଫ୍ୟାନ୍ସ । ଏଥିରୁ କେହି ବି ପଡ଼ି ନାହାଁନ୍ତି ବାଦ୍‌ । ଆଉ ଏବେ ଫିଲ୍ମର ନିଶା ଚଢ଼ିଛି ଅଷ୍ଟ୍ରେଲିଆ ର ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ୍‌ ତଥା ଦିଲ୍ଲୀ କ୍ୟାପିଟାଲ୍ସର ଓପନର ଡେଭିଡ୍‌ ୱାର୍ଣ୍ଣରଙ୍କ ଉପରେ ।

ମଇଦାନରେ ଛକ୍କା ଚୌକା ମାରୁଥିବା କ୍ରିକେଟର ଡେଭିଡ୍‌ ୱାର୍ଣ୍ଣର ଏଣ୍ଟରଟେନ୍‌ ମୁଡରେ । ପୂରା ଫୁଲ୍‌ ଆକ୍ସନରେ ମାରିଲେ KGF-2 ର ଡାଏଲଗ୍‌ । ଯାହା ହୋଇଛି ଖୁବ୍‌ ଭାଇରାଲ୍‌ । ମଇଦାନରେ ଧୁଲେଇ କରୁଥିବା ଡେଭିଡ୍‌ ୱାର୍ଣ୍ଣର ନିଜ ନିଆର ଅନ୍ଦାଜ ପାଇଁ ଥାନ୍ତି ଚର୍ଚ୍ଚାରେ । ପୂର୍ବରୁ ପୁଷ୍ପା ଫିଲ୍ମ ଡାଏଲଗରେ ଭିଡିଓ କରିଥିବାବେଳେ ଏବେ ଚଢ଼ିଛି KGF-2 ର କ୍ରେଜ୍‌ । ରକି ଭାଇଙ୍କ ଭାୟୋଲେନ୍ସ ଡାଏଲଗ ମାରି ଅଛନ୍ତି ଚର୍ଚ୍ଚାରେ । ଆଉ ତାଙ୍କର ଏହି ଭାୟୋଲେନ୍ସ ମୁଡ୍‌ ଫ୍ୟାନ୍ସଙ୍କୁ ଆସିଛି ପସନ୍ଦ ।

ସେସିଆଲ୍‌ ମିଡିଆରେ ଛାଇଯାଇଥିବା ଏହି ଭିଡିଓରେ ୱାର୍ଣ୍ଣର ରକି ଭୋଇଙ୍କ ଭାୟୋଲେନ୍ସ ଭାୟୋଲେନ୍ସ ଭାୟୋଲେନ୍ସ ଡାଏଲଗ୍ କହୁଥିବା ଦେଖିବାକୁ ମିଳିଛି । ୱାର୍ନର ନିଜ ଇନଷ୍ଟା ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛନ୍ତି । ଲେଖିଛନ୍ତି, ଏହା କେଉଁ ଫିଲ୍ମ ଆପଣମାନେ ମୋତେ କହିପାରିବେ ?

ଡେଭିଡ ୱାର୍ନର ଦୀର୍ଘ ସମୟ ଧରି ସନରାଇଜର୍ସ ହାଇଦ୍ରାବାଦର ଏକ ଅଂଶ ରହିଆସିଥିଲେ । ଏହି ସମୟରୁ ହିଁ ସାଉଥ୍‌ ଫିଲ୍ମ ପ୍ରତି ତାଙ୍କର ରହିଛି ରୁଚି । ଏଥିପାଇଁ ସେ ଅନେକ ସମୟରେ ସାଉଥ୍‌ ଫିଲ୍ମର ଡାଏଲଗ ଓ ଗୀତରେ କରନ୍ତି ରିଲ୍ସ । ବଲିଉଡ୍‌ ଫିଲ୍ମ ବି ୱାର୍ଣ୍ଣରଙ୍କ ପସନ୍ଦ କିନ୍ତୁ ହଲିଉଡ୍‌ ଫିଲ୍ମ ପ୍ରତି ତାଙ୍କର ଆଗ୍ରହ କମ୍‌ । ସେ ପୁଷ୍ପା ଫିଲ୍ମସହ ପୂର୍ବରୁ ଅନେକ ଚଳଚ୍ଚିତ୍ର ଉପରେ ଭିଡିଓ କରିଛନ୍ତି । ଆଉ ଇନଷ୍ଟାଗ୍ରାମରେ ବି ରିଲ୍ ତିଆରି କରିବାକୁ ଭଲ ପାଆନ୍ତି । ସେ ତାଙ୍କ ପରିବାର ସହ ବି ଅନେକ ଥର ଭିଡିଓ କରିଥିବା ଦେଖିବାକୁ ମିଳେ ।

ମେଗାନିଲାମରେ ଡେଭିଡ ୱାର୍ଣ୍ଣରଙ୍କୁ ୬.୨୫ କୋଟିରେ କିଣା ହୋଇଥିଲା । ଦିଲ୍ଲୀ ପାଇଁ ଏହା ତାଙ୍କର ପ୍ରଥମ ଆଇପିଏଲ୍ ମ୍ୟାଚ୍ । ନିଲାମରେ ମୁମ୍ବାଇ ଏବଂ ଚେନ୍ନାଇର ଦଳ ମଧ୍ୟ ୱାର୍ଣ୍ଣର କିଣିବାକୁ ଥିଲେ ଆଗ୍ରହ । କିନ୍ତୁ ଦିଲ୍ଲୀ ସର୍ବାଧିକ ମୂଲ୍ୟ ଦେଇ ତାଙ୍କୁ ନିଜ ଦଳକୁ ନେଇଥିଲା । ଚଳିତ ସିଜିନରେ ୱାର୍ଣ୍ଣର ପ୍ରଥମ ମ୍ୟାଚ୍‌ରେ ଫ୍ଲପ୍ ହୋଇଥିଲେ ବି ଦ୍ୱିତୀୟ ମ୍ୟାଚ୍‌ରେ ସେ ଆଶ୍ଚର୍ଯ୍ୟଜନକ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ । ଆଇପିଏଲରେ ୱାର୍ଣ୍ଣର ସର୍ବାଧିକ ରନ୍ କରିଥିବା ବିଦେଶୀ ଖେଳାଳି ।

ସପ୍ତାହ ପରେ ବି କମିନି KGF-2 ର କ୍ରେଜ୍‌ । ଫିଲ୍ମଟି ପ୍ରଥମ ଦିନରେ ଏକ ରେକର୍ଡ ବ୍ରେକ୍ କରିଥିଲା ​​। ପରେ ମଧ୍ୟ ଚଳଚ୍ଚିତ୍ର କ୍ରମାଗତ ରୋଜଗାରରେ ଭାଙ୍ଗିଛି ରେକର୍ଡ । ଏହା ‘ବାହୁବଲୀ’ର ରେକର୍ଡ ଭାଙ୍ଗିବ ବୋଲି ମଧ୍ୟ କୁହାଯାଉଛି ।