ପଦ୍ମପୁର ବରିହାପାଲିରେ ଗ୍ରାମୀଣ ଖାଦ୍ୟ ଭଣ୍ଡାର ଉଦଘାଟିତ

ପଦ୍ମପୁର (ଜଗବନ୍ଧୁ ସାହୁ): ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିହାପାଲି ଗ୍ରାମ ପଞ୍ଚାୟତର ବରିହାପାଲି ଠାରେ ସଙ୍କଳ୍ପ ଅନୁଷ୍ଠାନ ପକ୍ଷରୁ ଗ୍ରାମୀଣ ଖାଦ୍ୟ ଭଣ୍ଡାର ଯୋଜନା ଉଦ୍ଘାଟିତ ହୋଇଯାଇଛି ।

ପଞ୍ଚାୟତ ସରପଞ୍ଚ ମୁଖ୍ୟ ଅତିଥି, ବରଗଡ଼ ଡି.ସି. ଶ୍ରୀଯୁକ୍ତ ଗୌରୀନାରାୟଣ ତ୍ରିପାଠୀ, ସଙ୍କଳ୍ପ ଟ୍ରଷ୍ଟ ପଶ୍ଚିମ ଓଡିଶା କ୍ଷେତ୍ର ର ମୁଖ୍ୟ ଶ୍ରୀଯୁକ୍ତ ଆକାଶ ପାଣିଗ୍ରାହୀ, ଜୋନାଲ ମ୍ୟାନେଜର ଗଣେଶ ସାବତ ପ୍ରମୁଖ ମୁଖ୍ୟ ବକ୍ତା ଭାବରେ ତଥା ଉମାକାନ୍ତ ହାତୀ, ଚୁଡାମଣି ପ୍ରଧାନ, ଦୁର୍ଯ୍ୟୋଧନ ସାହୁ, ଲାଦୁ ସାହୁ, ଚିନ୍ତାମଣି ପ୍ରଧାନ ସମେତ ସମସ୍ତ ୱ।ର୍ଡ଼ସଭ୍ୟ ସଭ୍ୟା ମାନେ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଫିତା କାଟି ଶୁଭ ଉଦ୍ଘାଟନ କରିଯାଇଛନ୍ତି । ପଦ୍ମପୁର ବ୍ଲକ ବି.ସି. ବ୍ରିଜେଶ କୁମାର ପଟେଲ, ଝାରବନ୍ଧ ବ୍ଲକ ବି.ସି. ବିରଞ୍ଚି ପଟେଲ, ସଙ୍କଳ୍ପ ଟ୍ରଷ୍ଟ କର୍ମଚାରୀ ପିଣ୍ଟୁ ବାରିକ ଓ ଅତିଥିଗଣ ଗ୍ରାମୀଣ ଖାଦ୍ୟ ଭଣ୍ଡାର ନିତ୍ୟାବଶ୍ୟକ ଖାଦ୍ୟଶସ୍ୟ କୁ ସୁଲଭ ମୂଲ୍ୟରେ ଜନସାଧାରଣ କିଭଳି ସୁବିଧା ରେ ପାଇପାରିବେ ସେନେଇ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ । ଟ୍ରଷ୍ଟ ପକ୍ଷରୁ ଶ୍ରୀ ଟିକେଶ୍ୟାମ ପ୍ରଧାନ ଙ୍କୁ ବରିହାପାଲି ଗ୍ରାମ ପଞ୍ଚାୟତ ର ବିତରକ ଭାବେ ଦାୟିତ୍ବ ଦିଆଯାଇଛି ।

Comments are closed.