Friday, March 29, 2024

Top 5 This Week

Related Posts

ବ୍ଲକବଷ୍ଟର KGF 2 : ୮ ଦିନରେ ଭାଙ୍ଗିଲା ଆୟର ସବୁ ରେକର୍ଡ, ୩୦୦ କୋଟି ଆଡକୁ ଫିଲ୍ମ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୨୩/୦୪) : ସାଉଥ ଇଣ୍ଡିଆନ ଆକ୍ଟର ୟଶଙ୍କ ଫିଲ୍ମ ବ୍ଲକବଷ୍ଟର KGF 2 ର ବମ୍ପର ଆୟ ଜାରି ରହିଛି । ପ୍ରତ୍ୟେକ ଦିନ ଫିଲ୍ମଟି ନୂତନ ରେକର୍ଡ କରି ଚାଲିଛି ।

ବ୍ଲକବଷ୍ଟର KGF 2 ପ୍ରଥମ ସପ୍ତାହରେ ୨୬୮.୬୩ କୋଟି ଟଙ୍କା ଆୟ କରି ସାରିଛି । ହିନ୍ଦୀ ଭାଷାଭାଷି ଅଞ୍ଚଳରେ ଫିଲ୍ମ ବକ୍ସ ଅଫିସରେ ଏତେ ଆୟ କରିବ ବୋଲି କେହି ଭାବି ନଥିଲେ । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମର ଆୟ ଉପରେ ତଥ୍ୟ ରଖିଛନ୍ତି ଯେ, KGF-2 ପ୍ରଥମ ସପ୍ତାହରେ ରେକର୍ଡ ଆୟ କରିଛି । KGF-2 କରୋନା ମହାମାରୀ ପରେ ୮ ଦିନରେ ସବୁଠୁ ଅଧିକ ଆୟକାରୀ ଫିଲ୍ମ ହୋଇ ପାରିଛି ।

ପ୍ରଥମ ଦିନ ଗୁରୁବାର ଫିଲ୍ମଟି ୫୩.୯୫ କୋଟି ଟଙ୍କା ସହ ଧମାକାଦାର ଆରମ୍ଭ କରିଥିଲା । ଏହା ପରଠୁ ଫିଲ୍ମର ଆୟ ର ଗ୍ରାଫ କମି ନାହିଁ । ଶୁକ୍ରବାର ଫିଲ୍ମ ୪୬.୭୯ କୋଟି, ଶନିବାର ୪୨.୯୦ କୋଟି, ରବିବାର ୫୦.୩୫ କୋଟି, ସୋମବାର, ୨୪.୫୭ କୋଟି, ମଙ୍ଗଳବାର ୧୯.୧୪ କୋଟି, ବୁଧବାର ୧୬.୩୫ କୋଟି, ଗୁରୁବାର ୧୩.୫୮ କୋଟି ଟଙ୍କା ଆୟ କରିଛି ।

ପ୍ରଥମ ସପ୍ତାହରେ ଫିଲ୍ମ ର ଆୟ ୨୫୦ କୋଟି ଅତିକ୍ରମ କରି ୨୬୮.୬୩ କୋଟିରେ ପହଞ୍ଚି ସାରିଛି । ୟଶଙ୍କ ଫିଲ୍ମ KGF-2 ହିନ୍ଦୀ ଭର୍ସନରେ ଅନେକ ରେକର୍ଡ କରି ସାରିଛି । ୭ ଦିନରେ ୨୫୦ କୋଟି ଆୟ କରିଥିବା ଏହି ଫିଲ୍ମ ଖୁବ୍ ଶୀଘ୍ର ୩୦୦ କୋଟି କ୍ଲବରେ ପ୍ରବେଶ କରିବାକୁ ଯାଉଛି । ତରଣ ଆଦର୍ଶଙ୍କ ମୁତାବକ ଫିଲ୍ମ ନିଜର ଦ୍ଵିତୀୟ ସପ୍ତାହରେ ୩୦୦ କୋଟି ଟଙ୍କାର ଆୟ କରିବ ।

Popular Articles