Related Contents

ବିଧାନ ସଭା ନିର୍ବାଚନ ପାଇଁ ଗୁଡାରି ଠାରେ ବିଜେପି କାର୍ଯ୍ୟାଳୟ ଉଦଘାଟିତ

ରାୟଗଡ଼(ଅମୁଲ୍ୟ ନିଶଙ୍କ/ଲୋକନାଥ ସାହୁ): ଗୁଣୁପୁରୁ ବିଧାନ ସଭା ନିମନ୍ତେ ନାମାଙ୍କନ ଓ ପ୍ରାର୍ଥୀ ପତ୍ର ଯାଞ୍ଚ ପରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଶିଶିର ଗମାଙ୍ଗ ନିଜ ନିର୍ବାଚନ ପ୍ରଚାର ପ୍ରସାର ନିମନ୍ତେ ଆଜି ଗୁଡାରିରେ ବିଜେପି କାର୍ଯ୍ୟାଳୟ ଶୁଭ ଉଦଘାଟନ ବୁଧବାର ଦିନ ହୋଇ ଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼.ଗିରିଧାର ଗମାଙ୍ଗ ପାର୍ଟି କାର୍ଯ୍ୟାଳୟ ଉଦଘାଟନ କରିଥିଲେ ।

ଗୁଣୁପୁର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଶିଶିର ଗମାଙ୍ଗ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ଗୁଡାରି ବିଜେପି ସଭାପତି ଈଶ୍ୱର ପାଣିଗ୍ରାହୀ, ତ୍ରିପତି ପାଣିଗ୍ରାହୀ, ବିନୋଦ ପାଣିଗ୍ରାହୀ, ପୂର୍ଣ ମହାନ୍ତି, ରାଜୁ ସାହୁ, ପ୍ରକାଶ ରଥ, ରଞ୍ଜନ ରଥ ସହ ଦଳର ନେତାମାନେ ଯୋଗଦେଇଥିଲେ । ଏହି ଅଵସରରେ ସେ ଶିଶିର କହିଛନ୍ତି ବିଜେପି ପାଇଁ ଏହି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଏକ ସମ୍ମାନର ପ୍ରଶ୍ନ ତେଣୁ ଆମେ ଆମର ପଛର କଥା ଭୁଲି ଏକତ୍ରିତ ହୋଇ ଲଢ଼ିବା ପାଇଁ ମୁ ସମସ୍ତ କର୍ମୀ ମାନଙ୍କୁ ଅନୁରୋଧ କରୁଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ କହିଛନ୍ତି ବର୍ତ୍ତମାନର ଗୁଣୁପୁରୁ ନିର୍ବାଚନ ଗମାଙ୍ଗ ପରିବାରର ସମ୍ମାନ ଏହାକୁ ଆପଣ ମାନେ କରିପାରିବେ ବୋଲି ଗିରିଧାରୀ କହିଥିଲେ | ଏଥିନେଇ ଜନସାଧାରଣ ଚର୍ଚ୍ଚା କରୁଛନ୍ତି ଗିରିଧର ଗମାଙ୍ଗ ଏଣ୍ଡୁଅ ପରି ରୂପ ବିଭିନ୍ନ ସମୟରେ ବଦଳାଉଛନ୍ତି | ଏହି ପରିବାର କୁ କିଏ ବିଶ୍ୱାସ କରୁଛି ଏହି ଗିରିଧାରୀଙ୍କ ନିମନ୍ତେ ସ୍ବର୍ଗତ ଅଟଳବିହାରୀ ବାଜପେୟୀ ସରକାର ଭାଙ୍ଗି ଯାଇଥିଲା ଓ ନିର୍ବାଚନ ହୋଇ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା |

ଏହା କହାର ସ୍ୱାର୍ଥ ପାଇଁ ହୋଇଥିଲା ଠିକ ସେହିପରି କଂଗ୍ରେସ ଦଳ ଗିରିଧାରୀ ଗମାଙ୍ଗଙ୍କୁ ୯ଥର ଲୋକସଭା ସାଂସଦ କେନ୍ଦ୍ରରେ କବିନେଟ ମନ୍ତ୍ରୀ ଓ ଓଡିଶାର ମୁଖ୍ୟ ମନ୍ତ୍ରୀ ତଥା ତାଙ୍କର ସ୍ତ୍ରୀଙ୍କୁ କୋରାପୁଟ ସାଂସଦ ଟିକେଟ ଦେଇ ସାଂସଦ କରିଥିଲା | ତା ସାଙ୍ଗକୁ ପୁଅ ଶିଶିର ଓ ନିଜର ପିଏ ଦୋରାଙ୍କୁ ମଧ୍ୟ୍ୟ ବିଧାନ ସଭା ଟିକେଟ ଦେଇଥିଲା କିନ୍ତୁ ସେହି ଦଳକୁ ବିଶ୍ୱାସ ଘାତକ କରି କଂଗ୍ରେସ ଦଳ ଛାଡି ବିଜେପିରେ ମିଶିଗଲେ | ସେହି ଗମାଙ୍ଗ ପରିବାରକୁ କିଏ ବିଶ୍ୱାସ କରିବ ବୋଲି ଦଳୀୟ କର୍ମୀ ତଥା ଭୋଟର ଚର୍ଚ୍ଚା କରୁଛନ୍ତି |

Comments are closed.