Related Contents

ତେଲ ଟ୍ୟାଙ୍କର ଓ ବାଇକ ମୁହାଁମୁହିଁ ଧକ୍କା, ୩ ମୃତ

ପଦ୍ମପୁର(ଜଗବନ୍ଧୁ ସାହୁ): ପଦ୍ମପୁର ବ୍ଲକ ବୁଡ଼େନ ଥାନା ନିକଟବର୍ତ୍ତୀ ବାଦୀମାଲ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି |

ଓଡି-୧୫-ଡି-୭୭୮୮ ନମ୍ବର ଥିବା ଏକ ତେଲ ଟ୍ୟାଙ୍କର ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କାରେ ଘଟଣା ସ୍ଥଳରେ ୩ଜଣଙ୍କ ମୃତ୍ୟୁ ଘଟିଛି | ମୃତ ବ୍ୟକ୍ତି ମାନେ ହେଲେ ଲୋଇସିଂହା ଥାନା ଭୋଇପାଳି ଗ୍ରାମର ଦୁର୍ଲଭ ନାଗ ପି-ଯାଦବ ନାଗ, ଗାଇସିଲେଟ ଥାନା ଦିବା ଖୋଲ ଗ୍ରାମର ଅର୍ଜୁନ ଦୀପ ପି-ଲିଙ୍ଗେଶ୍ୱର ଦୀପ ଏବଂ କୁଡାପଦର ଗ୍ରାମର ଠାକୁର ଗହୀର ପି;ସାଧୁ ଗହୀର ବୋଲି ଏ.ଏସ .ଆଇ ନବୀନ କିଶୋର ଠାକୁର ସୂଚନା ଦେଇଛନ୍ତି | ଦୁର୍ଘଟଣା ପରେ ବୁଡ଼େନ ଥାନା ପୋଲିସ ଖବର ପାଇ ଥାନା ଅଧିକାରୀ ଖେୟଧର କେର୍କେଟା, ଏ.ଏସ.ଆଇ ମୁରୁଲୀଧର ପଣ୍ଡା, ଏ.ଏସ.ଆଇ ନବୀନ କିଶୋର ଠାକୁର ଓ ଷ୍ଟାଫ ଘଟଣା ସ୍ଥଳକୁ ପହଞ୍ଚି ତେଲ ଟ୍ୟାଙ୍କରକୁ ଜବତ କରିଥିଲେ | ଡ୍ରାଇଭର ଦୁର୍ଘଟଣା ଘଟାଇ ଫରାର ଥିବାରୁ ଗିରଫ କରିପାରି ନ ଥିଲେ | ଶବକୁ ପଦ୍ମପୁର ଉପଖଣ୍ଡ ଚିକିତ୍ସିଲୟକୁ ଶବ ବ୍ୟବଛେଦ ପାଇ ପଠାଇଛନ୍ତି | ଆସନ୍ତା କାଲି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ ଶ୍ରୀ ଯୁକ୍ତ କେର୍କେଟା କହିଛନ୍ତି |

Comments are closed.