Friday, March 29, 2024

Top 5 This Week

Related Posts

ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ରିପୋର୍ଟ : ରବି ଶଙ୍କର ମହାପାତ୍ର //
ବୋରିଗୁମ୍ମା, (୨୧/୪) : ବୋରିଗୁମ୍ମା ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗତ ୧୧ ତାରିଖ ରୁ ଆରମ୍ଭ ହୋଇ ଥିବା ୮ ଦିନିଆ ଆତ୍ମ ସୁରକ୍ଷା ତାଲିମ ଶିବିର ର ଆଜି ଉଦଯାପନ ହୋଇ ଯାଇଛି ।

ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସୁଶ୍ରୀ ରଞ୍ଜିତା ସାହୁ ଓ ସୁଶ୍ରୀ ଶ୍ରାବଣୀ ପାଣିଗ୍ରାହୀ ସମୁଦାୟ ୧୮୯ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିଥିବା ଜଣା ପଡିଛି । ଆଜିର ଏହି ଉଦ୍ଯାପନ ସମାରୋହରେ ମୂଖ୍ୟ ଅତିଥି ଭାବେ ବୋରିଗୁମ୍ମା ଗ୍ରାମ ପଞ୍ଚାୟତ ଅଧିକାରୀ ଶ୍ରୀ କୈଳାଶ ନାୟକ, ମୂଖ୍ୟ ଅତିଥି, ଅଧ୍ୟାପକ ଶ୍ରୀ ପ୍ରଦୀପ କୁମାର ସ୍ବାଇଁ ମୂଖ୍ୟ ବକ୍ତା ସଂଯୋଜକ ଶ୍ରୀ ପଦ୍ମଭୁଷଣ ଦାଶ, ଅଧ୍ୟକ୍ଷ ଶ୍ରୀ ଦାଶରଥି ଗୌଡ ପ୍ରମୁଖ ମଞ୍ଚାସୀନ ଥିଲେ । ଅଶୋକ କୁମାର ପଣ୍ଡା, ଫକୀର ମୋହନ ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିବା ଜଣା ପଡିଛି |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles