Related Contents

ମାଁ ଶକ୍ତି ମହିଳା ଚାଷୀ ସଙ୍ଗଠନ ଗଠିତ

ଲମତାପୁଟ(କପିଳେନ୍ଦ୍ର ଦେବ ସାମନ୍ତରାୟ): ଲମତାପୁଟ ବ୍ଲକ ଅନ୍ତର୍ଗତ ଗୁନେଇପଡା ପଞ୍ଚାୟତର ସରକାରୀ ସଇଲ୍ ପଡ଼ା ଗ୍ରାମରେ ଚାରଟି ଗ୍ରାମର ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ମାନଙ୍କ ଦ୍ୱାରା ଏକ ମାଁ ଶକ୍ତି ନାମରେ ଏକ ସଙ୍ଗଠନ ଗଢାଯାଇଛି ।

ଏହି ସଙ୍ଗଠନରେ ସଇଲ୍ ପଡ଼ା ମୁଚିମ୍ ପୁଟ ପଇବେଡା କରେଇପୁଟ୍ ପାଙ୍ଗିପୁଟ୍ ଗ୍ରାମରୁ ସତରଟି ଦଳରୁ ୧୨୦ ଜଣ ମାଁ ମାନେ ଉପସ୍ଥିତ ଥିଲେ । ଏଥିରେ ଏବେ ବର୍ଷା ଦିନିଆ ଚାଷ ବିଷୟରେ ଆଲୋଚନା କରାଯାଇ ଦୁଇ ପ୍ରକାର ଚାଷ କିପରି ଅଧିକରୁ ଅଧିକ କରିବେ ପ୍ରତ୍ୟେକ ଚାଷୀ ସଙ୍ଗଠନରେ ୧୦ ଟଙ୍କା ଖର୍ଚ୍ଚ କରି ପଞ୍ଜିକରଣ କରିବା । ଅଧିକ ରେଟ୍ ରେ ଟ୍ରେଡର୍ ଗାଁକୁ ଆସି ଚାଷୀମାନେ କରି ଥିବା ଚାଷକୁ ନେବ। ପନିପରିବା କୁକୁଡ଼ା ଛେଳି ମେଣ୍ଢା ଚାଷକୁ ନେଇ ଆଲୋଚନା କରାଯାଇଥିଲା । ତେର ଜଣିଆ କମିଟି କରି ସଭାପତି ପାର୍ବତୀ କ୍ରିସାନି ସମ୍ପାଦକ ଲକ୍ଷ୍ମୀ କ୍ରିସାନି କୋଷାଧ୍ୟକ୍ଷ ଲକ୍ଷ୍ମୀ ସିଶା ଓ ଦଶ ମେମ୍ବର ରହିବା ପାଇଁ ପ୍ରସ୍ତାବ ରଖିଥିଲେ ଏବଂ ସେଶରେ ମାଁ ଶକ୍ତି ମହିଳା ଚାଷୀ ସଙ୍ଗଠନ ନାମରେ ନାମିତ କରିଥିଲେ । ଏହାକୁ ଲମତାପୁଟ ବ୍ଲକରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରଦାନର ସଞ୍ଜୟ ପଣ୍ଡା ପରିଚାଳନା କରିଥିଲେ।

Comments are closed.